ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର: ଚକ୍ରଧରପୁର ରେଲୱେ ଡିଭିଜନ୍‌ ଅନ୍ତର୍ଗତ ରାଉରକେଲା-ଝାରସୁଗୁଡ଼ା ‌ସେକ୍ସନର ବାମରା ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍‌ ଚଳାଚଳରେ କିଛିଟା ପରିବର୍ତନ କରାଯାଇଛି। ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର(୫୮୧୩୧/୫୮୧୩୨)କୁ ଉଭୟ ପାର୍ଶ୍ବରୁ ୧୨ ଓ ୧୩ ତାରିଖ ପାଇଁ ବାତିଲ୍‌ କରାଯାଇଛି। ଟିଟିଲାଗଡ଼-ହାୱଡା ଇସ୍ପାତ୍‌ ଏକ୍ସପ୍ରେସ୍‌(୧୨୮୭୨) ଧାର୍ଯ୍ୟ ସମୟଠାରୁ ତିନି ଘଣ୍ଟା ବିଳମ୍ବରେ ଟିଟିଲାଗଡ଼ରୁ ଛାଡ଼ିବ। ସେହିପରି ଜମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ୍‌(୧୮୩୧୦/୧୮୩୦୯) ଜମ୍ମୁ ତାୱିଠାରୁ ୧୦ରୁ ୨୧ ତାରିଖ ଓ ସମ୍ବଲପୁରଠାରୁ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଜମ୍ମୁ ତାୱି ଏବଂ ରାଉର‌କେଲା-ଗୁଣୁପୁର-ରାଉରକେଲା ମଧ୍ୟରେ ଚଳାଚଳ କରିବ। ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଉଭୟ ଦିଗରୁ ବାତିଲ୍‌ ରହିବ।

ସମ୍ବନ୍ଧିତ ଖବର