ବାତ୍ୟାକୁ ଦୃଷ୍ଟିରେ ରଖି ୨୫ଟି ଟ୍ରେନ ବାତିଲ କଲା ପୂର୍ବ ରେଳପଥ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ରେଳପଥ ପକ୍ଷରୁ ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶା ବାଟଦେଇ କିମ୍ବା ଓଡ଼ିଶାକୁ ଚାଲିବାକୁ ଥିବା ୨୫ଟି ଟ୍ରେନକୁ ବାତିଲ କରିଦେଇଛି । ସେଗୁଡ଼ିକ ମଧ୍ୟରେ ରହିଛି ଗୁଆହାଟୀ-ବାଙ୍ଗାଲୋର କାଣ୍ଟ, ମୁଜାଫରପୁର-ୟଶବନ୍ତପୁର, ଏର୍ଣ୍ଣାକୁଲମ-ପାଟନା, ନ୍ୟୁ ତିନସୁକିଆ-ତମବରମ,ଭାଗବଲପୁର-ୟଶବନ୍ତପୁର, ପାଟନା-ପୁରୀ, ପୁରୀ-ଜୟନଗର, ବାଙ୍ଗାଲୋର କାଣ୍ଟ-ଗୁଆହାଟୀ, ପାଟନା-ଏର୍ଣ୍ଣାକଲମ,ଅଗରତାଲା-ବାଙ୍ଗାଲୋର କାଣ୍ଟ, ଅଗରତାଲା-ବାଙ୍ଗାଲୋର କାଣ୍ଟ, ନ୍ୟୁ ଜଲପାଇଗୁଡ଼ି-ଚେନ୍ନାଇ ସେଣ୍ଟ୍ରାଲ ।

ସୂଚନାଯ଼ୋଗ୍ୟ ଯ଼େ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ୟାସ୍ ଆସନ୍ତା ୨୬ ତାରିଖରେ ପାରାଦୀପ ଓ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର