ଭୁବନେଶ୍ୱର: ମହାରାଷ୍ଟ୍ରର ମୁମ୍ବାଇ ଠାରେ ଅତ୍ୟଧିକ ବର୍ଷା ହେତୁ ରେଳଧାରଣରେ ଜଳ ଓ ମାଟି ଅତଡ଼ା ଖସିବା ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଦ୍ୱାରା ମୁମ୍ବାଇ ରେଳ ମଣ୍ଡଳରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ମାଟି ଅତଡ଼ା ଖସିବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ ପୂର୍ବତଟ ରେଳପଥକୁ ଆସିବାକୁ ଥିବା ଏବଂ ଏହାର ପରିସୀମାରୁ ମୁମ୍ବାଇ ଦିଗକୁ ଯାତ୍ରା କରିବାକୁ ଥିବା କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି। ଆଉ କେତେକ ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଅଛି ।

Advertisment

publive-image

     ପୂର୍ବତଟ ରେଳପଥରୁ ବାତିଲ ହୋଇଥିବା ଟ୍ରେନ :

୦୧. ସୋମବାର ଦିନ ଭୁବନେଶ୍ୱର ରୁ ଛାଡିବାକୁ ଥିବା ୧୨୮୮୦ ଭୁବନେଶ୍ୱର-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ ।

୦୨. ସୋମବାର ଦିନ ବିଶାଖାପାଟଣା ରୁ ଛାଡିବାକୁ ଥିବା ୧୮୫୧୯ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ ।

୦୩. ସୋମବାର ଦିନ ଭୁବନେଶ୍ୱର ରୁ ଛାଡିବାକୁ ଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ ସି.ଏସ.ଏମ.ଟି. କୋଣାର୍କ ଏକ୍ସପ୍ରେସ ।

୦୪. ଆସନ୍ତା ମଙ୍ଗଳବାର ଦିନ ପୁରୀ ରୁ ଛାଡିବାକୁ ଥିବା ୧୨୧୪୬ ପୁରୀ-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ ।

୦୫. ଆସନ୍ତା ମଙ୍ଗଳବାର ଦିନ ପୁରୀରୁ ଛାଡିବାକୁ ଥିବା ୨୨୮୬୬ ପୁରୀ-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ ।

publive-image

            ମୁମ୍ବାଇରୁ ବାତିଲ ହୋଇଥିବା ଟ୍ରେନ:

୦୧. ଆସନ୍ତା ମଙ୍ଗଳବାର ଦିନ ମୁମ୍ବାଇରୁ ଛାଡିବାକୁ ଥିବା ୨୨୮୪୮ ମୁମ୍ବାଇ ଏଲ.ଟି.ଟି.-ବିଶାଖାପାଟଣା ଏକ୍ସପ୍ରେସ ।

୦୨. ଆସନ୍ତା ବୁଧବାର ଦିନ ମୁମ୍ବାଇ ରୁ ଛାଡିବାକୁ ଥିବା ୧୨୮୭୯ ମୁମ୍ବାଇ ଏଲ.ଟି.ଟି.-ଭୁବନେଶ୍ୱର ଏକ୍ସପ୍ରେସ ।

୦୩. ଆସନ୍ତା ଗୁରୁବାର ଦିନ ମୁମ୍ବାଇ ରୁ ଛାଡିବାକୁ ଥିବା ୨୨୮୬୫ ମୁମ୍ବାଇ ଏଲ.ଟି.ଟି.-ପୁରୀ ଏକ୍ସପ୍ରେସ ।

publive-image

            ମାର୍ଗ ପାରିବର୍ତ୍ତିତ ହୋଇଥିବା ଟ୍ରେନ :

୦୧. ତା ୦୪.୦୮.୨୦୧୯ ରିଖରେ ଅହମଦାବାଦ ରୁ ଛାଡିଥିବା ୧୨୮୪୪ ଅହମଦାବାଦ-ପୁରୀ ଏକ୍ସପ୍ରେସ ବରୋଦା-ଗୋଧ୍ରା-ରତଳମ-ଭୋପାଳ ମାର୍ଗହୋଇ ଚଳାଚଳ କରୁଛି।

୦୨. ତା ୦୪.୦୮.୨୦୧୯ ରିଖରେ ଗାନ୍ଧିଧାମରୁ ଛାଡିଥିବା ୧୮୫୦୨ ଗାନ୍ଧିଧାମ-ବିଶାଖାପାଟଣା ଏକ୍ସପ୍ରେସ ବରୋଦା-ଗୋଧ୍ରା-ରତଳମ-ଭୋପାଳ-ଇଟାରସି-ନାଗପୁର-ବାଲହରସା ମାର୍ଗହୋଇ ଚଳାଚଳ କରୁଛି ।

0୩. ତା ୦୫.୦୮.୨୦୧୯ରିଖରେ ମୁମ୍ବାଇରୁ ଛାଡିବାକୁ ଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ କଲ୍ୟାଣ-ଇଗତପୁରୀ-ମନମଡ଼-ଔରାଙ୍ଗଐବାଦ-ନାନ୍ଦେଡ଼-ସିକନ୍ଦରାବାଦ ମାର୍ଗଦେଇ ଚଳାଚଳ କରିବ ।

        ଆଂଶିକ ବାତିଲ ହୋଇଥିବା ଟ୍ରେନ :

0୧. ତା ୦୩.୦୮.୨୦୧୯ରିଖରେ ଭୁବନେଶ୍ୱରରୁ ଛାଡିଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ପୁନେ ପର୍ଯ୍ୟନ୍ତ ଚଳାଚଳ କରିବ ଓ ପୁନେ ରୁ ମୁମ୍ବାଇ ମଧ୍ୟରେ ବାତିଲ ରହିବ ।

0୨. ତା ୦୩.୦୮.୨୦୧୯ରିଖରେ ବିଶାଖାପାଟଣା ରୁ ଛାଡିଥିବା ୧୮୫୧୯ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି ଏକ୍ସପ୍ରେସ ପୁନେ ପର୍ଯ୍ୟନ୍ତ ଚଳାଚଳ କରିବ ଓ ପୁନେ ରୁ ମୁମ୍ବାଇ ମଧ୍ୟରେ ବାତିଲ ରହିବ ।

0୩. ତା ୦୪.୦୮.୨୦୧୯ରିଖରେ ବିଶାଖାପାଟଣା ରୁ ଛାଡିଥିବା ୨୨୮୪୭ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି ଏକ୍ସପ୍ରେସ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥରେ କୌଣସି ସ୍ଥାନରୁ ମୁମ୍ବାଇ ମଧ୍ୟରେ ବାତିଲ ରହିବ ।

୦୪. ତା ୫.୦୮.୨୦୧୯ରିଖରେ ଏଲ.ଟି.ଟି.ରୁ ଛାଡିବାକୁ ଥିବା ୧୮୫୨୦ ମୁମ୍ବାଇ ଏଲ.ଟି.ଟି-ବିଶାଖାପାଟଣା ଏକ୍ସପ୍ରେସ ଏଲ.ଟି.ଟି ପରିବର୍ତ୍ତେ ପୁନେ ଠାରୁ ବିଶାଖାପାଟଣା ଯାତ୍ରା କରିବ ।

0୫. ତା 0୪.୦୮.୨୦୧୯ରିଖରେ ମୁମ୍ବାଇରୁ ଛାଡିବାକୁ ଥିବା ୧୧୦୨୦ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ମୁମ୍ବାଇ ପରିବର୍ତ୍ତେ ପୁନେ ଠାରୁ ଭୁବନେଶ୍ୱରକୁ ଯାତ୍ରା କରୁଛି ।