ରାୟଗଡ଼ା: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଗୋଟିଏ ପଟେ ରାଜଧାନ ଭୁବନେଶ୍ୱର ଠାରୁ ଆରମ୍ଭ କରି କଟକ, ପୁରୀରେ ହଜାର ହଜାର ଲୋକ ଜଳବନ୍ଦି ଥିବାବେଳେ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛିି। ରେଳ ଲାଇନ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚର ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଆଜି ସକାଳୁ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସେପ୍ରେସ ପୁଙ୍ଗିତରାଇଠାରେ ସକାଳ ୮ ଟା ରୁ ଅଟକି ରହଛି। କୋରାପୁଟ-ବିଶାଖାପାଟଣା ଡିଏମୟୁ ଲକ୍ଷ୍ମୀପୁର ଠାରେ ଅଟକି ରହିଛି। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ପାଣିପାଗ ବିଭାଗ ଆହୁରି ୨୪ ଘଣ୍ଟା ବର୍ଷା ହେବ ବୋଲି ପୂବାନୁମାନ କରିଥିବାରୁ ଟ୍ରେନ ଲାଇନ ଉପରୁ କେବେ ପାଣି କମିବ ଓ ରେଳ ଚଳାଚଳ ସ୍ୱାଭାବିକହେବ ତାହା ସ୍ଥିର ହୋଇ ନାହିଁ।
ରାୟଗଡ଼ା: ବର୍ଷା ଯୋଗୁଁ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ
/sambad/media/post_attachments/wp-content/uploads/2018/07/Train_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)