ଦୁଇଟି ଟ୍ରେନ ସଂପ୍ରସାରଣ ଦାବି କଲା ଜନକଲ୍ୟାଣ ମଂଚ

ଜୟପୁର: ଦୁଇଟି ଟ୍ରେନର ସମ୍ପ୍ରସାରଣ ଦାବି କରି ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ ଜୟପୁର ଷ୍ଟେସନ ମ୍ୟାନଜର ଗୋକୁଳାନନ୍ଦ ସାହୁଙ୍କ ଜରିଆରେ ବିଶାଖାପାଟଣା ଇଷ୍ଠ କୋଷ୍ଟ ରେଲୱେର ଡିଆରଏମଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ଏହାକୁ ଷ୍ଟେସନ ମ୍ୟାନଜର ଶ୍ରୀ ସାହୁ ଗ୍ରହଣ କରିଥିଲେ।  ମଞ୍ଚ ପକ୍ଷରୁ ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର କୁମାର ଗୌଡ଼, ବାଲା ରାୟ, ଦୁର୍ଗା ପ୍ରସାଦ ମିଶ୍ର, ଚନ୍ଦ୍ରକାନ୍ତ ସୁତାର, ଗୋପାଳ କୃଷ୍ଣ ପାତ୍ର, ଦିଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପ୍ରଥମେ ହୀରାଖଣ୍ଡ ଟ୍ରେନର ଜୟପୁର ପହଂଚିବା ସମୟ ସକାଳେ ଏକ ଘଣ୍ଟା କମାଇ ଦେଇଥିବାରୁ ରେଳ ବିଭାଗକୁ ଧନ୍ୟବାଦ ଜଣାଯାଇଛି।

କୋରାପୁଟ ଜିଲ୍ଲାବାସୀ ସୁବିଧା ଲକ୍ଷ୍ୟରେ ବ୍ରହ୍ମପୁର-ବିଶାଖାପାଟଣା(୫୮୫୨୫)କୁ ଭାୟା ଆରାକୁ ଦେଇ କୋରାପୁଟ ଯାଏଁ ସମ୍ପ୍ରସାରଣ, କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ(୧୮୫୧୩)କୁ ପୁରୀ ଯାଏଁ ସମ୍ପ୍ରସାରଣ କରିବାକୁ ଦାବି କରାଯାଇଛି। ସଂପ୍ରତି ଜୟପୁର ରେଳ ଷ୍ଟେସନରେ ସବୁ ଟ୍ରେନ ପ୍ଲାଟଫର୍ମ ନଂ ୨ରେ ରହୁଥିବାରୁ ସମସ୍ତ ଯାତ୍ରୀବାହୀ ଟ୍ରେନ ରହଣି କେବଳ ୧ନଂ ପ୍ଲାଟଫର୍ମରେ କରାଯାଉ ବୋଲି ଅନୁରୋଧ କରାଯାଇଛି। ଏହି ଦାବୀ ଗୁଡିକ ତୁରନ୍ତ ପୁରୁଣ କରିବାକୁ କୁହାଯାଇଛି।  ଏହାର ନକଲ ବ୍ରହ୍ମପୁର, ନବରରଙ୍ଗପୁର ଏବଂ କୋରାପୁଟ ସାଂସଦଙ୍କୁ ମଧ୍ୟ ଦିଆ ଯାଇଛି।

 

 

ସମ୍ବନ୍ଧିତ ଖବର