ରାୟଗଡା : ବିଶାଖାପାଟଣାରୁ ଜବଲପୁର ମଧୢରେ ନୂତନ ରେଳ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ। ରେଳ ଯାତ୍ରୀଙ୍କ ଦୁର୍ଦଶା ଦୂର କରିବା ପାଇଁ ଏହି ସ୍ବତନ୍ତ୍ର ଟ୍ରେନ୍ ସପ୍ତାହକୁ ଥରେ ଚଳାଚଳ କରିବ ବୋଲି ଜଣା ପଡିଛି। ୧୭ ଡିସେମ୍ବର ସୋମବାର ନୂଆ ଟ୍ରେନ୍ ନ˚-୦୧୭୦୩ ଜବଲପୁର ୮ଟା ୧୦ ମିନିଟ୍ରେ ଛାଡି ବିଶାଖାପାଟଣାରେ ମଙ୍ଗଳବାର ୫ଟାରେ ପହଞ୍ଚିବ। ସେହିପରି ମଙ୍ଗଳବାର ଟ୍ରେନ୍ ନ˚-୦୧୭୦୪ ବିଶାଖାପାଟଣାରୁ ୧୦ଟା ୨୫ ମିନିଟରେ ଛାଡି ଜବଲପୁରରେ ବୁଧବାର ୭ଟାରେ ପହଞ୍ଚିବ। ଏହି ନୂଆ ଟ୍ରେନ୍ କଟଣି ସାଉଥ୍, ସହଡୋଲ୍, ଉସାଲାପୁର, ଭାତପଡା, ରାୟପୁର, ମହସାମୁଣ୍ତ, ଟିଟିଲାଗଡ, କେସିଙ୍ଗା, ରାୟଗଡା, ବବଲି, ବିଜୟାନଗରମ୍ ଓ ବିଶାଖାପାଟଣା ଷ୍ଟେସନ୍ରେ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିବ। ଟ୍ରେନ୍ରେ ଗୋଟିଏ ଦ୍ବିତୀୟ ଶ୍ରେଣୀ ଏସି କୋଚ୍, ଦୁଇଟି ତୃତୀୟ ଶ୍ରେଣୀ ଏସି କୋଚ୍, ୧୦ଟି ସ୍ଲିପର୍ କ୍ଲାସ୍ କୋଚ୍ ଏବ˚ ଭିନ୍ନକ୍ଷମଙ୍କ ପାଇଁ ୨ଟି କୋଚ୍ ଉପଲବ୍ଧ ରହିଛି।
ବିଶାଖାପାଟଣା-ଜବଲପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍
ଉପକୃତ ହେବେ ରାୟଗଡାବାସୀ, ସପ୍ତାହକୁ ଥରେ ଚଳାଚଳ କରିବ
/sambad/media/post_attachments/wp-content/uploads/2018/12/train-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)