ସମ୍ବଲପୁର: ସିଟି ଷ୍ଟେସନ୍‌ ଓ ମାନେଶ୍ବର ଷ୍ଟେସନ୍‌ ମଧ୍ୟରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସାକ୍ଷୀପଡ଼ାର ରାଜ୍‌ କୁମାର ସିଂ(୧୯)। ଏକ ମାଲ୍‌ ବୋଝେଇ ଟ୍ରେନ୍‌ ଚାଳକ ରେଳ ଧାରଣାରେ ଜଣଙ୍କ ମୃତ ଦେହ ପଡ଼ିଥିବା ନେଇ ସୂଚନା ଦେବା ପରେ ସମ୍ବଲପୁର ଜିଆର୍‌ପି ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଥିଲା।

Advertisment

ପରେ ତାଙ୍କ ପରିବାର ଲୋକେ ପହଞ୍ଚି ପରଚୟ ଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ରାଜ୍‌ ଗୁରୁବାର ରାତି ଗାଈ ଖୋଜିବା ପାଇଁ ଘରୁ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ମୃତଦେହ ମିଳିଥିବା ସୂଚନା ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ କେଉଁ ଟ୍ରେନ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।