ଟ୍ରେନ ଧକ୍କାରେ ଜଣେ ମୃତ

ଢେଙ୍କିକୋଟ: ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ଟେଣ୍ଟେଇଟାଙ୍ଗର ସାହି ନିକଟରେ ବଡ଼ବିଲ-ପୁରୀ ଏକ୍ସପ୍ରେସ୍‌ ଧକ୍କାରେ ଜଣେ ଯୁବଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗ୍ରାମର ରାମ ମୁଣ୍ଡାଙ୍କ ପୁଅ ବନମାଳୀ (୩୦)। ବନମାଳୀ ରେଳଧାରଣା ପାର ହେଉଥିବା ବେଳେ ତାଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା।

ଖବରପାଇ ଜିଲ୍ଲାପରିଷଦ ସଦସ୍ୟ ରଣଜିତ ନାୟକ, ଚନ୍ଦ୍ରକାନ୍ତ ସିଂ, ବିଜୁ ଦଳେଇ ଘଟଣାସ୍ଥଳରେ ପହଞ୍ଚି ଘଟଗାଁ ଥାନା ଓ ରେଳବାଇ ପୁଲିସକୁ ଖବର ଦେଇଥିଲ। ଯାଜପୁର ଜିଆର୍‌ପି ପୁଲିସ ପହଞ୍ଚି ନଥିବାରୁ ଶବ ଉଦ୍ଧାର ହୋଇପାରିନି।

ସମ୍ବନ୍ଧିତ ଖବର