ସମ୍ବଲପୁର:ରେଳ ଧାରଣାରେ ଶୌଚ କରୁଥିବା ବେଳେ ଟ୍ରେନ୍ ଧକ୍କା ଦେବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଖଇରପାଲି ଚକୁଳିଫାର୍ମର ଲାଲୁ ବେହେରା(୬୫)। ମଙ୍ଗଳବାର ଭୋର୍ ୫ଟା ପାଖାପାଖି ଏକ ମାଲ୍ ବୋଝେଇ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା।
ଏ ନେଇ ଟ୍ରେନ୍ର ଲୋକୋ ପାଇଲଟ୍ ରିପୋର୍ଟ ଦେବାପରେ ସମ୍ବଲପୁର ଜିଆର୍ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।