ଟ୍ରେନ ଧକ୍କାରେ ଗାଡ଼ି ଚାଳକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍ କଣ୍ତରାପୋଶି-ଧନୁର୍ଜୟପୁର ନିକଟରେ ଏକ ମାଲବାହୀ ଟ୍ରେନ ଧକ୍କାରେ କଣ୍ତରାପୋଶି ଗ୍ରାମର ରାମଚନ୍ଦ୍ର ମୁଣ୍ତା (୫୫) ମୃତ୍ୟୁ ହୋଇଛି । ୨୮ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ରାମଚନ୍ଦ୍ର ଶୌଚ ହେବାକୁ ରେଳ ଲାଇନ ପଟେ ଯାଇଥିଲେ ।

ସେହି ସମୟରେ ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବାରୁ ରାମଚନ୍ଦ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପଳାଶପଙ୍ଗା ବିଟ୍ ଅଧିକାରୀ ଭୋଳେଶ୍ବର ନାଏକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକ ତଦନ୍ତ କରିଥିଲେ । ଏନେଇ କେସନଂ(୨୯/୨୨)ଏକ ଅପମୃତ ମାମଲା ରୁଜୁ ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର