ଟ୍ରେନ ଧକ୍କାରେ ଚାଷୀ ମୃତ

ପଣ୍ତାପଡା : ପଣ୍ତାପଡା ଥାନା ବସନ୍ତପୁର ପଞ୍ଚା‌ୟତ ଅନ୍ତର୍ଗତ ବସନ୍ତପୁର ରେଲଓ୍ବେ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ବସନ୍ତପୁର ଗ୍ରାମର ଜଇଁନ୍ଦ୍ର ଦଣ୍ତପାଟ(୬୨)ଙ୍କ ମୃତ୍ୟୁ ଘଟିଛି। ଗତକାଲି କାଣ୍ତସର ଗ୍ରାମର ଚାଷ ଜମିକୁ ହଳ କରିବା ପାଇଁ ଯାଇଥିଲେ। ଅପରାହ୍ଣ ସମୟରେ ସେ ବଳଦ ନେଇ ଘରକୁ ଫେରୁଥିବା ସମୟରେ ଟ୍ରେନ ଧକ୍କାରେ ରେଳଧାରଣା କଡରେ ପଡିଯାଇଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଆଜି ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଗ୍ରାମରେ ଶୋକାର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର