ଡେବିଟ୍, କ୍ରେଡିଟ୍ କାର୍ଡର ତଥ୍ୟ ନ ଦେବାକୁ ରେଳଯାତ୍ରୀଙ୍କୁ ପରାମର୍ଶ

ଭୁବନେଶ୍ବର : କିଛି ଅସାଧୁ ବ୍ୟକ୍ତି ରେଲୱେ ଟିକେଟ୍‌ ରିଫଣ୍ଡ (ପାଉଣା ଫେରସ୍ତ) ପାଇଁ ଲୋକଙ୍କୁ ସେମାନଙ୍କ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡର ସବିଶେଷ ବିବରଣୀ ମାଗୁଛନ୍ତି। ତଥ୍ୟ ନ ଦେଲେ ପାଉଣା ଫେରସ୍ତ କରାଯିବ ନାହିଁ ବୋଲି କହୁଛନ୍ତି। ତେବେ ଏ ସଂପର୍କିତ ବହୁ ଅଭିଯୋଗ ରେଳବାଇ ପ୍ରଶାସନର ନଜରକୁ ଆସିବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। କୌଣସି ଗ୍ରାହକ କିମ୍ବା ରେଳ ବ୍ୟବହାରକାରୀ କାହାକୁ ବି ସେମାନଙ୍କ ଡେବିଟ୍/କ୍ରେଡିଟ୍ କାର୍ଡର ବିବରଣୀ ନ ଦେବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତୀୟ ରେଳବାଇ, ଆଇଆରସିଟିସି କିମ୍ବା ରେଳ କର୍ମଚାରୀ କୌଣସି ସ୍ଥାନ(ଆରକ୍ଷଣ କେନ୍ଦ୍ର/ବୁକିଂ କାଉଣ୍ଟର/ୱେଟିଂ ହଲ/ଷ୍ଟେସନ୍‌)ରେ ଗ୍ରାହକଙ୍କୁ ବ୍ୟାଙ୍କଙ୍ଗ୍‌ ସଂପର୍କିତ କୌଣସି ସୂଚନା ଯେପରିକି ଡେବିଟ୍/କ୍ରେଡିଟ୍ କାର୍ଡ ନମ୍ବର, ଓଟିପି, ଏଟିଏମ୍ ପିନ୍, ସିଭିଭି ନମ୍ବର, ପ୍ୟାନ କାର୍ଡ ନମ୍ବର ଓ ଜନ୍ମ ତାରିଖ ମାଗନ୍ତି ନାହିଁ।

ସମ୍ବନ୍ଧିତ ଖବର