ରାଉରକେଲା: ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ଦେଶବ୍ୟାପୀ ଆଜି ମହିଳା ସଶକ୍ତିକରଣ ଦିଗରେ ସଚେତନତା ସୃଷ୍ଟି ପାଇଁ ସରକାରୀ ଓ ବେସରକାରୀ ଉଦ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହିକ୍ରମରେ ଭାରତୀୟ ରେଳବାଇ ପକ୍ଷରୁ ହାତକୁ ନିଆଯାଇଛି ନିଆରା ପ୍ରୟାସ। ଯାତ୍ରୀବାହୀ ଟ୍ରେନ୍‌ରେ ସମସ୍ତ କ୍ରିୟୁ ମେମ୍ବର୍ସ ଏବଂ ସୁରକ୍ଷା କର୍ମୀଙ୍କୁ ଡିୟୁଟିରେ ନିୟୋଜିତ କରାଯାଇଛି। ଚକ୍ରଧରପୁର ରେଲୱେ ଡିଭିଜନ ପକ୍ଷରୁ ରାଜେନ୍ଦ୍ର ନଗର-ଦୁର୍ଗ ସାଉଥ-ବିହାର ଏକ୍ସପ୍ରେସ ଟ୍ରେନ୍‌ରେ ଦେଖିବାକୁ ମିଳିଥିଲା ଏମିତି କିଛି ଝଲକ। ଯେଉଁଥିରେ ଲୋକୋ ପାଇଲଟ, ସହକାରୀ ପାଇଲଟ, ଗାର୍ଡ, ଟିଟିଇଙ୍କ ସମେତ ଆରପିଏଫ ଯବାନ ସମସ୍ତେ ଥିଲେ ମହିଳା। ରାଉରକେଲା ଷ୍ଟେସନରେ ପହଁଚିବା ମାତ୍ରେ ସମସ୍ତଙ୍କୁ ସ୍ୱାଗତ ଓ ଶୁଭେଛା ଜଣାଇଥିଲେ ଷ୍ଟେସନ କର୍ତୃପକ୍ଷ। ରେଳବାଇର ଏଭଳି ନିଆରା ପ୍ରୟାସକୁ ଯାତ୍ରୀମାନେ ବେଶ ପ୍ରଶଂସା କରିଛନ୍ତି।

Advertisment

publive-image