ସୁରକ୍ଷା କର୍ମୀଙ୍କ ଯୋଗୁଁ ଅଗ୍ନିକାଣ୍ଡରୁ ବର୍ତ୍ତିଲା ଟ୍ରେନ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ଆର୍‌ପିଏଫ୍‌ର ଜଣେ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମଙ୍ଗଳବାର ଝାରସୁଗୁଡ଼ାରେ ଅଟକିଥିବା ସାଉଥ ବିହାର ଏକ୍ସପ୍ରେସ୍‌ ଟ୍ରେନ୍ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ଦୁର୍ଗରୁ ପାଟନା ଯାଉଥିବା ୧୩୨୮୭-ସାଉଥ ବିହାର ଏକ୍ସପ୍ରେସ ଆଜି ଅପରାହ୍ଣ ପ୍ରାୟ ୨.୩୩ରେ ଝାରସୁଗୁଡ଼ା ଷ୍ଟେସନରେ ଅଟକିଥିବା ସମୟରେ ଏସି କୋଚ୍‌ ଏ-୧ ତଳୁ ଧୂଆଁ ବାହାରୁଥିବା ଦେଖି ସେଠାରେ ଡ୍ୟୁଟିରେ ଥିବା ଆରପିଏଫ୍‌ କର୍ମଚାରୀ ପ୍ରେମଜିତ ଲାମ୍ବା ଏସି ମେକାନିକଙ୍କୁ ଜଣାଇଥିଲେ ଓ ଟ୍ରେନ୍‌କୁ ଅଟକାଇ ଥିଲେ। ମେକାନିକମାନେ ଆସି ତା’ର ବ୍ୟାଟେରି ବକ୍ସ ଖୋଲି ମରାମତି କରିବା ପରେ ଅପରାହ୍ଣ ୩ଟାରେ ଟ୍ରେନ୍‌ଟି ତା’ର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା। ଟ୍ରେନ୍‌ଟି ଅପରାହ୍ଣ ୪ଟା ବେଳେ ରାଉରକେଲାରେ ପହଞ୍ଚିବା ପରେ ପୁଣି ଥରେ ଯାଞ୍ଚ କରାଯାଇଥିଲା। ବିପଦମୁକ୍ତ ବୋଲି ଜଣାପଡ଼ିବା ପରେ ଗାଡ଼ି ସେଠାରୁ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର