ଟଳିଗଲା ବଡ଼ ଦୁର୍ଘଟଣା : ଲେଭେଲ୍‌ କ୍ରସିଂ ଉପରେ ଘଣ୍ଟାଏ ଅଟକିଲା ଟ୍ରକ୍‌

ଅମର୍ଦାରୋଡ : ଏକ ବଡ଼ଧରଣର ବିପଦ ଟଳିଯାଇଛି। ରେଳ ଲେଭେଲ୍‌ କ୍ରସିଂ ଉପରେ ଏକ ଟ୍ରକ୍‌ ହଠାତ୍‌ ଖରାପ ହୋଇ ଅଟକି ରହିଥିବା ବେଳେ ବିଭାଗ ପକ୍ଷରୁ ଉପଯୁକ୍ତ ପଦ‌େକ୍ଷପ ନେବାରୁ ଆସନ୍ନ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରିଛି।

ସୂଚନା ଅନୁସାର; ଓଡି-୦୧-କେ-୩୬୬୬ ନମ୍ବରର ଏକ ଟ୍ରକ୍‌ ଆଜି ବାଲି ବୋଝେଇ କରି ଯାଉଥିଲା। ତେବେ ଏହା ବାଲେଶ୍ବର ଜିଲ୍ଲା ଅମର୍ଦାରୋଡ ଲେଭେଲ୍‌ କ୍ରସିଂ ପାର ହେବା ସମୟରେ ହଠାତ୍‌ ଖରାପ ହୋଇଯାଇଥିଲା। ଫଳରେ ଟ୍ରକ୍‌ଟି ଅପ୍‌ ରେଳ ଲାଇନ୍‌ ଉପରେ ଛିଡ଼ା ହୋଇ ରହିଥିଲା। ଏନେଇ ଗେଟ୍‌ ମ୍ୟାନ୍‌ ‌ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଏପରି ସମୟରେ ଉକ୍ତ ଲାଇନ୍‌ରେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଏକ ମାଲ୍‌ବାହୀ ଟ୍ରେନ୍‌କୁ ଅଟକାଯାଇଥିଲା। ଯାହାଦ୍ବାରା ଆସନ୍ନ ଦୁର୍ଘଟଣାକୁ ରୋକାଯାଇ ପାରିଥିଲା। ଅନ୍ୟପଟେ ଡାଉନ୍‌ ଲାଇନ୍‌ରେ ସାବଧାନାତାର ସହ ଧଉଳି ଏକ୍ସପ୍ରେସ୍‌ ଯାଇଥିଲା। ତେବେ ଟ୍ରକ୍‌କୁ ସଜଡ଼ାଯିବା ସହ ଏହା ଲେଭେଲ୍ କ୍ରସିଂରୁ ହଟିଥିଲା। ଫଳରେ ପ୍ରାୟ ଘଣ୍ଟାଏ ପରେ ରେଳ ଚଳାଚଳ ସ୍ବାଭବିକ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର