କଲ୍ୟାଣସିଂପୁର/ରାୟଗଡ଼ା: ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଆହୁରି ହେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୂରା ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।
/sambad/media/post_attachments/wp-content/uploads/2022/08/ae02d261-9830-4eba-bb7f-63969e3ae3d0-e1660480427142.jpg)
ରାୟଗଡ଼ା-କୋରାପୁଟ କେଆର ରେଳଲାଇନରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟିଅତଡା ଖସି ଧାରଣା ଉପରେ ପଡି ଯାଇଥିବାରୁ ଦୀର୍ଘ ୪ ଘଣ୍ଟା ୪ଟି ରେଳ ଚଳା ଚଳ ଏକ ରକମ ଠପ ହୋଇଯାଇ ଥିଲା। ଆଜି ସକାଳୁ ସିକରପାଇ ଓ କେଉଟଗୁଡ଼ା ମଧ୍ୟରେ ଥିବା ଯମଗୁଡା ଗ୍ରାମର ୩୪ ନମ୍ବର ତନାଲ ନିକଟରେ ମାଟି ଅତଦା ବଡ଼ ଗଛ ରେଳ ଧାରଣା ଓ ବିଜୁଳି ତାର ଉପରେ ପଡି ଯାଇଥିବାରୁ ଏହି ସମସ୍ୟା ହୋଇ ଥିଲା।
ଜଗଦଲପୁର ଠାରୁ ହାୱଡା ଓ ହାୱଡାରୁ ଜଗଦଲପୁର ଯାଉଥିବା ରେଳ ଥେରୁବାଲି ଠାରେ ଓ ବିଶାଖାପାଟଣାରୁ କୋରାପୁଟ ଜେକେପୁର ଠାରେ କୋରାପୁଟ ଠାରୁ ବିଶାଖାପାଟଣା ଯାଉଥିବା ରେଳ ଲଷ୍ମୀପୁର ଥିବା ରେଳ ସିକରପାଇ ରେଳଷ୍ଟେସନ ଠାରେ ଅଟକି ଥିଲା। ସେହିପରି ଭାଲୁମସ୍କା ନିକଟରେ ଏକ ବଡ଼ ପଥର ରେଳଧାରଣାରେ ପଡି ଥିବାରୁ ରାତିରେ ରେଳ କେମିତି ଯିବ ସନ୍ଦେହ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/48d91989-70f3-447c-9d93-31223a45f62a.jpg)