ବସ୍ତା-୨: ଦକ୍ଷିଣ ପୂର୍ବ ରେଳ ହଲଦୀପଦା ନିକଟରେ ପ୍ରବଳ ବର୍ଷା କାରଣରୁ ଟ୍ରେନ୍‌ଲାଇନ ମାଟି ଧସିଯାଇଥିଲା। ଫଳରେ ଟ୍ରେନ୍‌ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଏକାଧିକ ଟ୍ରେନ ବାତିଲ ହୋଇଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ପ୍ରବଳ ବର୍ଷା କାରଣରୁ ହଳଦୀପଦା ରେଳ ବ୍ରିଜ ତଳେ ରେଳ ଧାରଣା ଦାବିଯାଇଥିଲା। ଫଳରେ ସେହି ଲାଇନରେ ଆସୁଥିବା ଟ୍ରେନ ଅଧା ବାଟରେ ଅଟକି ଥିଲା। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ଵର ଜିଲ୍ଲା ପ୍ରବଳ ବର୍ଷା ହୋଇଥିଲା। ବାଲେଶ୍ଵର ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ୍ ଲାଇନ ଦବି ଯାଇଛି। ଯାହା ଫଳରେ ଉକ୍ତ ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Advertisment

publive-image

ଅନ୍ୟ ଲାଇନରେ ମାତ୍ର ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ଟ୍ରେନ। ଡାଉନ୍ ଲାଇନରେ ଆସୁଥିବା ଭଦ୍ରକ ଖଡ଼ଗପୁର ଲୋକାଲ ଅମରା ବ୍ରିଜ ନିକଟରେ ଅଟକି ରହିଥିଲା। ଟ୍ରେନ୍‌ରେ ଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୀର୍ଘ ଟ୍ରେନକୁ ବାତିଲ ଘୋଷଣା କରାଯାଇଛି। ବହୁ ଯାତ୍ରୀ ଟ୍ରାକ୍‌ ଉପରେ ଚାଲିଚାଲି ଯାଉ ହଳଦୀପଦାରୁ ବସ ଯୋଗେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଫେରିଛନ୍ତି।

List of cancelled trains in up direction TILL- 14.00 Hrs JCO- 04/10/23
1) 08017 ( KGP - BLS MEMU SPL)
2) 08031 ( BLS - BHC MEMU SPL)
3) 18037 ( KGP- JJKR)
4)18043 ( HWH- BHC Bhaghajatin)
5) 12277( HWH- PURI)
6) 12841(SHM- MAS)
7) 22831 ( HWH- SSPN)
8) 18007 ( SHM- VZR)
9) 18409(SHM- PURI)
10) 22835 ( SHM- VSKP)
11)18021( KGP- KUR)
12) 22201( SDAH- PURI)
13) 20831(SHM- SBP)
14) 12837( HWH - PURI)

List of cancelled trains in down direction
1) 08018 ( BLS- KGP MEMU SPL)
2) 08032 ( BHC- BLS MEMU SPL)
3) 08064 ( BHC- KGP passenger )
4) 18038 (JJKR- KGP)
5) 18044 ( BHC- HWH Bhaghajatin)
6)18008 ( VZR-SHM)
7) 18022 ( KUR- KGP)
8) 12892 ( PURI- BGY)
9) 18410(PURI- SHM)
10) 12278( PURI- HWH SATB)

ଏହି ରେଳଧାରଣା ଦବିବା କାରଣରୁ ଆଜି ଓ ଆସନ୍ତାକାଲି ପାଇଁ ଅଫ୍‌ ଲାଇନ୍‌ରେ ୦୮୦୧୭ ଖଡଗପୁର, ବାଲେଶ୍ୱର ମେମୁ ସ୍ପେଶାଲ, ୦୮୦୩୧ ବାଲେଶ୍ୱର ଭଦ୍ରକ ମେମୁ, ୧୮୦୩୭ ଖଡ଼ଗପୁର, ଯାଜପୁର ଲୋକାଲ, ୧୮୦୪୩ ହାୱଡା କୋଲକାତା ବାଘାଯତିନ,୧୨୨୭୭ ହାୱଡା, ପୁରୀ ,୧୨୮୪୧ ଶାଲିମାର, ଏମ୍‌ଏଏସ୍‌, ୨୨୮୩୧ ହ୍ୱାଓଡ଼ା, ଏସ୍‌ଏସ୍‌ପିଏନ୍‌, ୧୮୦୦୭ ସାଲିମାର, ଭିଜେଡ ଆର୍,୧୮୪୦୯ ଶାଲିମାର, ପୁରୀ ,୨୨୯୩୫ ଶାଲିମାର୍, ଭିଏସ୍‌କେ ପି, ଲୋକାଲ ଓ ଏକ୍ସପ୍ରେସ ଓ ଡାଉନ୍‌ଲାଇନ୍ ପାଇଁ ୦୮୦୧୮ ବାଲେଶ୍ୱର, ଖଡ଼ଗପୁର ମେମୁ, ୦୮୦୩୨ ଭଦ୍ରକ, ବାଲେଶ୍ୱର ମେମୁ, ୦୮୦୬୪ ଭଦ୍ରକ, ଖଡ଼ଗପୁର ପାସେଞ୍ଜର,୧୮୦୩୮ ଯାଜପୁର, ଖଡ଼ଗପୁର, ୧୮୦୪୪ ଭଦ୍ରକ, ହାଉଡ଼ା ବାଘାଯତୀନ,୧୮୦୦୮ ଭି ଜେଡ୍ ଆର, ଶାଲିମାର,୧୨୮୨୨ ପୁରୀ, ସାଲିମାର୍,୧୨୮୧୫ ପୁରୀ, ଆନନ୍ଦ ବିହାର,୧୮୪୧୦ ପୁରୀ, ଶାଲିମାର୍,୧୨୨୭୮ ପୁରୀ, ହାଓଡ଼ା ଶତାବ୍ଦୀ ଟ୍ରେନକୁ ବାତିଲ କରାଯାଇଥିବା ରେଳ ବିଭାଗ ସୂଚନା ଦେଇଛି। ମାଟି ଦବିଯାଇଥିବା ରେଳ ଧାରଣାକୁ ମରାମତି ଚଳାଇଛି ରେଳ ବିଭାଗ।