ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌ ଯୋଗୁଁ ଟ୍ରେନ୍‌ ସେବା ପ୍ରଭାବିତ

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ଲାଗି ସେପ୍ଟେମ୍ବର ୭, ୧୧ ଓ ୧୨ ତାରିଖରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେଉଥିବାରୁ ୫ଟି ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସାଲ(୦୨୨୪୫), ସେପ୍ଟେମ୍ବର ୬, ୧୦ ଓ ୧୧ରେ ଯଶୋବନ୍ତପୁରରୁ ଛାଡ଼ୁଥିବା ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ସ୍ପେସାଲ(୦୨୨୪୬), ସେପ୍ଟେମ୍ବର ୭ ଓ ୧୧ରେ ସିଆଲ୍‌ଦାରୁ ଛାଡ଼ୁଥିବା ସିଆଲ୍‌ଦା-ଭୁବନେଶ୍ୱର ଦୁରନ୍ତ ସ୍ପେସାଲ(୦୨୨୦୧), ସେପ୍ଟେମ୍ବର ୮ ଓ ୧୨ରେ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ସିଆଲ୍‌ଦା ଦୁରନ୍ତ ସ୍ପେସାଲ(୦୨୨୦୨) ଓ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସାଲକୁ ଆସନ୍ତା ୭, ୧୧ ଓ ୧୨ ତାରିଖରେ ଉଭୟ ଦିଗରୁ ବାତିଲ କରାଯିବ। ଆଂଶିକ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା ସେପ୍ଟେମ୍ବର ୬, ୧୦ ଓ ୧୧ ତାରିଖରେ ସିକନ୍ଦରାବାଦରୁ ଛାଡ଼ୁଥିବା ସିକନ୍ଦରାବାଦ-ହାଓଡ଼ା ଫଲକନୁମା ସ୍ପେସାଲ ଏକ୍ସପ୍ରେସଏହାର ଯାତ୍ରା ଭୁବନେଶ୍ୱରଠାରେ ଶେଷ କରିବ। ଆସନ୍ତା ୭, ୧୧ ଓ ୧୨ ତାରିଖରେ ହାଓଡ଼ାରୁ ଛାଡ଼ୁଥିବା ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ପେସାଲ ଏକ୍ସପ୍ରେସହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡ଼ିବ ଓ ଏହି ତାରିଖଗୁଡ଼ିକରେ ଏହା ହାଓଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ।

ସମ୍ବନ୍ଧିତ ଖବର