ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ, ଗଡ଼ିଲା ରାଉରକେଲାରୁ ଭୁବନେଶ୍ୱର ଓ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ ଟ୍ରେନ୍

ସମ୍ବଲପୁର-ଖୋର୍ଦ୍ଧା ରୋଡ୍ ଇଣ୍ଟର ସିଟି ସ୍ପେଶାଲ୍ ଟ୍ରେନର ବି ଯାତ୍ରା ଆରମ୍ଭ

ଭୁବନେଶ୍ୱର: ପ୍ରାୟ ଅଢ଼େଇ ମାସ ପରେ ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋାଇଛି। ଆଜି ସକାଳ ୫ଟା ୧୦ରେ ପ୍ରଥମ ଟ୍ରେନ୍ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଜଣାଯାଇଛି। ଟ୍ରେନକୁ ସାନିଟାଇଜ୍ କରାଯିବା ପରେ ଏହି ଟ୍ରେନଟି ଯାତ୍ରା ଆରମ୍ଭ କରିଥିଲା।
ଏଣେ ଆଜି ଭୁବନେଶ୍ୱରରୁ ୧୮୭ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ ଟ୍ରେନ୍ ଆଜି ସକାଳ ସାଢ଼େ ୬ଟାରେ ଭୁବନେଶ୍ୱର ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି।

ଠିକ୍ ହେିପରି ସମ୍ବଲପୁର-ଖୋର୍ଦ୍ଧା ରୋଡ୍ ଇଣ୍ଟର ସିଟି ସ୍ପେଶାଲ୍ ଟ୍ରେନ୍ ବି ଯାତ୍ରା ଆରମ୍ଭ କରିଛି। ଯାତ୍ରୀଙ୍କ ପାଇଁ ସମ୍ବଲପୁର ଷ୍ଟେସନର ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂ କରାଯାଇଛି | ପ୍ରଥମ ଦିନରେ ୮୨ ଜଣ ଯାତ୍ରୀ ସମ୍ବଲପୁର ଷ୍ଟେସନରୁ ଯାତ୍ରା କରିଥିବା ଜଣାଯାଇଛି।

ଆଜିଠୁ ରାଜ୍ୟ ଭିତରେ ୬ଟି ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଢ଼ଯାଇଛି। ତେବେ ଶନିବାର ଓ ରବିବାର ସଟଡାଉନ୍‌ ଦିନଗୁଡ଼ିକରେ ଏହିସବୁ ଟ୍ରେନ ଚଳାଚଳ କରିବ ନାହିଁ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର