କୋରାପୁଟ: କୋରାପୁଟ-ରାୟଗଡ଼ ରେଳଲାଇନ୍ ଉପରେ ରବିବାର ମାଟି ଧସିଛି। ଫଳରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଏହି କାରଣରୁ ଯାତ୍ରୀମାନେ ଅସୁବିଧାର ସାମ୍ନା କରିଛନ୍ତି।
ସୂଚନା ଅନୁସାରେ କେରାପୁଟ ଜିଲ୍ଲା କାକିରିଗୁମାରୁ ବାଇଗୁଡା ମଧ୍ୟରେ ରେଳଲାଇନ୍ ଉପରେ ରବିବାର ଦିନ ମାଟି ଅତଡା ଧସିଛି। ଫଳରେ କୋରାପୁଟରୁ
ରାଉରକେଲା ଅଭିମୁଖେ ଯାଉଥିବା ରାଉରକେଲା ଟ୍ରେନ ଦାମନଯୋଡ଼ି ଠାରେ ଅଟକି ରହିଛି। ସେହିପରି କୋରାପୁଟ ଷ୍ଟେସନରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଟ୍ରେନ ଅଟକି ରହିଛି। ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଆସୁଥୁବା ଡିଏମୟୁ ଡୁମୁରିପୁଟ ଷ୍ଟେସନରେ ଅଟକି ରହିଛି।
ସୂଚନାେଯୋଗ୍ୟ ଆଜି ସକାଳୁ ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ମାଟି ଓ ବଡ଼ ପଥର ଧସିଥିଲା। ଏହାଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଥିଲା। ଜରଟି ନିକଟରେ ପାହାଡ଼ରୁ ରେଳ ଧାରଣାରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିଲା। କୋରାପୁଟ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ ଅଟକିଥିଲା। ଏହାଛଡ଼ା ୧୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଥିବା ଜଣାଯାଇଛି।