ଶ୍ରମିକ ଟ୍ରେନ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ରାଉରକେଲା : ଶ୍ରମିକ ଟ୍ରେନ ଧକ୍କାରେ ଜଣେ ମୃତ l  ଅପରପକ୍ଷରେ ରେଳବାଇ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି l ତାଙ୍କର ଦୁଇଟି ଗୋଡ଼ କଟି ଯାଇଥିବା ବେଳେ ଛାତିରେ ଗୁରୁତର ଆଘାତ ଲାଗିଛି l ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ମୃତକ ଜଣକ ହେଲେ ମଧୁସୂଦନ ପାଲିର ବିରସା ମୁଣ୍ଡାl

ଗୁରୁତର ରେଳବାଇ କର୍ମଚାରୀ ହେଲେ ରେଳବାଇ କଲୋନିର ହୁସେନ ହସାରି l ଏହି ଘଟଣା ଏସଟିଆଇ ରେଳ ଫାଟକ ନିକଟରେ ଘଟିଛି l ରେଳବାଇ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ସମ୍ବନ୍ଧିତ ଖବର