ବାମରା: ବାମରା ରେଳ ଷ୍ଟେସନରେ ଆଗରୁ ଅନେକ ଥର ଟିକେଟ ବୁକିଂ କାଉଣ୍ଟରରେ ଅନିୟମିତତା ହେଉଥିବା ବେଳେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଉକ୍ତ ଘଟଣାରେ ସଂପୃକ୍ତ ୨ ଜଣ ରେଲୱେ କର୍ମଚାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ପ୍ରାପ୍ତ ସୂଚନାନୁସାରେ ଗୁରୁବାର ଦିନ ତତ୍କାଳ ଟିକେଟ ନେବା ପାଇଁ ବାମରା ଷ୍ଟେସନ ବୁକିଂ କାଉଣ୍ଟରରେ ଲୋକଙ୍କ ଭିଡ଼ ଲାଗି ରହିଥିଲା। ତେବେ ଟିକେଟ ବିକ୍ରିରେ ଘୋର ଅନିୟମିତତା ହେଉଥିବା ଝାରସୁଗୁଡା ଆର୍ପିଏଫ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଅଭିଯୋଗ ପାଇ ଝାରସୁଗୁଡା ଆର୍ପିଏଫ୍ ଇନ୍ସପେକ୍ଟର ରାକେଶ ମୋହନଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀମାନେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉରେ ମୁମ୍ବାଇ, ଚେନ୍ନାଇ, ସୁରଟ, ଗୋଆ ଆଦି ସ୍ଥାନର ମୋଟ ୬ଟି ତତ୍କାଳ ଟିକେଟ ଜବତ କରାଯାଇଥିଲା, ଯାହାର ମୂଲ୍ୟ ୩୦,୩୫୦ ଟଙ୍କା ଅଟେ। ଅନ୍ୟପଟେ ଉକ୍ତ ବୁକିଂ କାଉଣ୍ଟରରେ ଧାର୍ଯ୍ୟ ନଗଦଠାରୁ ୧୪୫୧ ଟଙ୍କା କମ୍ ଥିବା ଗଣତିରୁ ଜଣାପଡ଼ିଥିଲା। ଟିକେଟ ବିକ୍ରିରେ କଳାବଜାର କରାଯାଉଥିବା ଅଭିଯୋଗରେ ମୁଖ୍ୟ ବୁକିଂ ସୁପରଭାଇଜର ଦାମୋଦର ବୋରା ଓ ପାର୍ଶଲ ହେମାଲ ରମେଶ ରାଉତଙ୍କୁ ଗିରଫ କରି ଗୁରୁବାର ରାତିରେ ଝାରସୁଗୁଡା ଆର୍ପିଏଫ୍ ଥାନାରେ ରଖାଯାଇଥିଲା। ଶୁକ୍ରବାର ଉଭୟଙ୍କୁ କୁଚିଣ୍ଡା କୋର୍ଟକୁ ଚାଲାଣ କରାଯାଇଥିବା ଷ୍ଟେସନ ମ୍ୟାନେଜର ଟି. ନାଏକଙ୍କଠାରୁ ପ୍ରକାଶ। ପ୍ରକାଶଥାଉ କି ଚଢ଼ଉ ବେଳେ ସେଠାରେ ଥିବା ଜଣେ ସ୍ଥାନୀୟ ଦଲାଲ ଦୌଡ଼ି ଖସି ପଳାଇବାରେ ସକ୍ଷମ ହୋଇଥିଲା। ଆଗରୁ ବି ଅନେକ ଥର ଏଭଳି ଟିକେଟ କଳାବଜାର ଘଟଣା ଘଟିଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତେଣେ ଘଟଣା ପରେ ଗୁରୁବାର ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଉକ୍ତ ବୁକିଂ କାଉଣ୍ଟରରେ ତାଲା ପକାଇ ଦିଆ ଯାଇଥିବାରୁ ରେଳ ଯାତ୍ରୀମାନେ ଟିକେଟ ନ ପାଇ ହାଇରାଣ ହୋଇଥିଲେ। କେତେକ ଟ୍ରେନ ଯାତ୍ରୀ ବିନା ଟିକେଟରେ ବାଧ୍ୟ ହୋଇ ଯାତ୍ରା କରିଥିବା ସୂଚନା ମିଳିଛି।
ବାମରା ରେଳ ଷ୍ଟେସନ୍ରେ ଟିକେଟ୍ କଳାବଜାର
/sambad/media/post_attachments/wp-content/uploads/2022/07/087e999f-b2c6-4e72-8890-ba5535c2da8a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)