ଏଣିକି ରେଳ ଟିକେଟ୍‌ରେ ଓଡ଼ିଆ ଭାଷା, ଓଡ଼ିଶା ଦିବସରୁ ଶୁଭାରମ୍ଭ ହେବ

ଭୁବନେଶ୍ବର : ରେଳ ଟିକେଟ ଓଡ଼ିଆ ଭାଷାରେ ଛପାଯିବ। ଆସନ୍ତା ଏପ୍ରିଲ ପହିଲା ଓଡ଼ିଶା ଦିବସରୁ ଓଡ଼ିଆରେ ଲେଖାଥିବା ଟ୍ରେନ୍ ଟିକେଟ ଯାତ୍ରୀଙ୍କୁ ଉପଲବ୍ଧ େହବ। ଏ ନେଇ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହାସହିତ ପୂର୍ବତଟ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଓ ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ୩୧୭ଟି ଷ୍ଟେସନର ନାମ ବି ଓଡ଼ିଆ ଭାଷାରେ େଲଖାଯିବ।

ରେଳ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଇଂରାଜି ଓ ହିନ୍ଦୀ ଭାଷାରେ ରେଳ ଟିକେଟ ଛପାଯାଉଥିବାରୁ ଅଧିକାଂଶ ଓଡ଼ିଆ ଲୋକ ଟ୍ରେନ୍ ଟିକେଟରେ ଲେଖାଥିବା ଆରୋହଣ ଓ ଗନ୍ତବ୍ୟ ସ୍ଥଳ ଜାଣିବାରେ ଅସୁବିଧା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରାଳୟ ସବୁ ଅଣସଂରକ୍ଷିତ ଟିକେଟ ଗୁଡ଼ିକ ହିନ୍ଦୀ, ଇଂରାଜି ଭାଷା ବ୍ୟତୀତ ଆଞ୍ଚଳିକ ଭାଷା ଓଡ଼ିଆରେ ଛାପିବାକୁ ନିଷ୍ପତ୍ତି ନେଇଛି। ଫଳରେ ଇଂରାଜି ଓ ହିନ୍ଦୀ ଜାଣିନଥିବା ଯାତ୍ରୀଙ୍କୁ ଆଉ ଟ୍ରେନ୍ ଟିକେଟ ବିଷୟରେ ଜାଣିବାର ଅସୁବିଧା ହେବନାହିଁ। ଏଥିପାଇଁ ପୂର୍ବତଟ ରେଳବାଇର ଉଦ୍ୟମରେ କୋଲକାତା ସ୍ଥିତ କ୍ରିସ ସହାୟତାରେ ଏକ ଡାଟାବେସ ପ୍ରସ୍ତୁତ କରାଯାଇ ୮ ହଜାର ଷ୍ଟେସନଗୁଡ଼ିକର ନାମ ଓଡ଼ିଆରେ ଛପା ସରିଛି। ଓଡ଼ିଶାରେ ଉପଲବ୍ଧ ହେବାକୁ ଥିବା ଅଣସଂରକ୍ଷିତ ଟିକେଟ ଗୁଡ଼ିକ ଓଡ଼ିଆ ଭାଷାରେ ଲେଖାହେବ। ସେହିପରି ୩୧୭ଟି ଷ୍ଟେସନର ନାମକୁ ଓଡ଼ିଆରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଲୋକଙ୍କ ଭାଷାକୁ ଅଗ୍ରାଧିକାର ଦେବାକୁ ଯାଇ ଡିଜିଟାଲ ଇଣ୍ଡିଆ ଜରିଆରେ ଦେଶର ସର୍ବୋଚ୍ଚ ଯାତ୍ରୀ ସେବା ପ୍ରଦାନ କାରୀ ରେଳ ବିଭାଗ ଆଞ୍ଚଳିକ ଭାଷାର ପ୍ରଚାର ଓ ପ୍ରସାର କରିବାକୁ ଏହି ପଦକ୍ଷେପ ନେଇଥିବା କୁହାଯାଇଛି।

ଓଡିଶାରେ ରେଳ ଟିକେଟକୁ ଓଡିଆ ଭାଷାରେ ଛାପିବା ପାଇଁ ରେଳ ମନ୍ତ୍ରୀଙ୍କୁ ପତ୍ର େଲଖି ଅନୁେରାଧ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟିକେଟ୍ ଗୁଡିକ ଓଡିଆରେ ଉପଲବ୍ଧ ହେଲେ ଓଡିଶାବାସୀ ଲାଭବାନ ହେବେ େବାଲି ଦର୍ଶାଇଥିଲେ। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲିକ୍ଷିତ ହେବା ସହ ଯାତ୍ରା ସମୟରେ ଲୋକମାନଙ୍କର ଅନୁଭୂତି ସୁଃଖଦ ହେଉଛି। ଏହାସହ ଓଡିଶାରେ ଟିକେଟ୍ ଗୁଡିକ ଯଦି ଓଡିଆରେ ଉପଲବ୍ଧ ହେବ ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ।

ସମ୍ବନ୍ଧିତ ଖବର