ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣାରେ ୨୩୮ ପରେ ଆହୁରି ମୃତଦେହ ଉଦ୍ଧାର ହୋଇଛି: ମୁଖ୍ୟ ଶାସନ ସଚିବ

ବାଲେଶ୍ବର: ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ହୃଦୟ ବିଦାରକ। ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟକୁ ଏବେ ୧୪ ଘଣ୍ଟା ଅତିକ୍ରମ କରିସାରିଥିଲେ ମଧ୍ୟ ଅପରେସନ୍‌ ସଂପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଉଦ୍ଧାର ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଏକ୍ସପ୍ରେସ୍‌ ଟ୍ରେନ୍‌ର ୨ଟି ବଗି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିଛି। ଆହତଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ। ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୩୮ ବୋଲି କୁହାଯାଇଥିଲା। କିନ୍ତୁ ଏହା ପରେ ବି ଆହୁରି ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ କୌଣସି ସଠିକ୍‌ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

Photo: Aajtak

ତେବେ ମୁଖ୍ୟ ଶାସନ ସଚିବଙ୍କ କହିବା ଅନୁସାରେ ଯଦି ୨ଟି ବଗି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଆହୁରି ୩ ଘଣ୍ଟା ପରେ ଏହି ଅପରେସନ ‌ସଂପୂର୍ଣ୍ଣ ହେବ, ସେହି ସମୟ ବେଳକୁ ମୃତ୍ୟୁ ସଂଖ୍ୟା ଅତିକମରେ ୩୦୦ରୁ ଊର୍ଦ୍ଧ୍ବ ଅତିକ୍ରମ କରିସାରିଥିବ। ବାହାନଗାର ମାଟି ଶବର ପାହାଡ଼ ହୋଇସାରିଥିବ।

 

 

 

ସମ୍ବନ୍ଧିତ ଖବର