ତିନି ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ରେଳ ଗଡ଼ିବ: ଜିଲ୍ଲାପାଳ

ବୌଦ୍ଧ : ତିନି ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ରେଳ ଗଡ଼ିବ ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି। ଶନିବାର କୋଭିଡ୍‌ କେନ୍ଦ୍ରରେ ଟିକାକରଣ ଶୁଭାରମ୍ଭ ହେବା ଅବସରରେ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି। ବହୁ ପ୍ରତୀକ୍ଷିତ ବଲାଙ୍ଗୀର-ଖୋର୍ଦ୍ଧାରୋଡ୍‌ ରେଳପଥର ମନମୁଣ୍ଡା ନିକଟରେ ଶୁକ୍ରବାର ଭୂମି ପୂଜନ ହୋଇଛି। ନିର୍ମାଣ କାର୍ଯ୍ୟ ଠିକା ସଂସ୍ଥା ତ୍ବରାନ୍ବିତ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଏହି ପ୍ରକଳ୍ପ ୧୯୪୫ରୁ ପ୍ରସ୍ତାବିତ ହୋଇଥିଲେ ସୁଦ୍ଧା ୧୯୯୪ରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ପ୍ରକଳ୍ପ କାମ ୨୭ବର୍ଷ ହେଲା ଗଚ୍ଛପ ଗତିରେ ଚାଲିଛି। ଏଥିପାଇଁ ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଜିଲ୍ଲାର ୯୮ଟି ଗ୍ରାମ ମଧ୍ୟରୁ ୭୨ଟି ଗ୍ରାମର ଜମି ଅଧିଗ୍ରହଣ ଶେଷ ହୋଇଛି। ରେଳ ଲାଇନ୍‌ରେ ୨୦୫୯.୫ ଏକର ବ୍ୟକ୍ତିଗତ ଜମି ପ୍ରଭାବିତ ହେଉଛି। ସେଥିମଧ୍ୟରୁ ୧୨୩୪ ଏକର ଜମିର ଅଧିଗ୍ରହଣ ‌ଶେଷ ହୋଇଛି। ହରଭଙ୍ଗା ତହସିଲ୍‌ ଅନ୍ତର୍ଗତ ଗୋଚ୍ଛାସାହି ଗାଁରୁ କଣ୍ଟାମାଳ ତହସିଲ୍‌ ମନମୁଣ୍ଡା ପଞ୍ଚାୟତ ଦେଉଳି ଗାଁ ପର୍ଯ୍ୟନ୍ତ ୧୦୭ କିମି ମଧ୍ୟରେ ବ୍ୟକ୍ତିଗତ ଜମି ସହ ୫୦୧.୫୬୦ ଏକର ସରକାରୀ ଜମି ଓ ୧୧୯.୨ଏକର ଜଙ୍ଗଲ ଜମି ରହିଛି।

ସମ୍ବନ୍ଧିତ ଖବର