ଭୁବନେଶ୍ୱର : ଲଜିଷ୍ଟିକ୍ସ କଂପାନି ଡେଲିଭରି ପକ୍ଷରୁ ‘ଡେଲିଭରି ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ’ ନାମକ ଅଭିଯାନ ଶୁଭାରମ୍ଭ କରାଯାଇଛି।
ଗୁରୁଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ୫ ସପ୍ତାହ ବିଶିଷ୍ଟ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଫେବ୍ରୁଆରି ୧୯ରେ କଂପାନି ପକ୍ଷରୁ ୨୫ଟି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରବେଶିକା ପରୀକ୍ଷା ହେବ। ତାଲିମ ସଫଳତାର ସହ ଶେଷ କରିବା ପରେ ସେମାନଙ୍କୁ ଡେଲିଭରି‌େର ନିଯୁକ୍ତି ପ୍ରଦାନ କରାଯିବ। ଦଶମ, ଦ୍ୱାଦଶ ଓ ଡିପ୍ଲୋମା ପାସ୍‌ କରିଥିବା ୨୨ରୁ ୩୨ ବର୍ଷ ବୟସର ପ୍ରାର୍ଥୀ ଯେଉଁମାନେ ଇଂରାଜୀରେ ଲେଖି ଓ ପଢ଼ି ଜାଣିଛନ୍ତି ସେମାନେ ଏଥିପାଇଁ ଆବେଦନ କରିପାରିବେ ।