ଜୟପୁର: ମଙ୍ଗଳ ବିଭାଗ ଅଧିନରେ ଥିବା ବିଦ୍ୟାଳୟ ଗୁଡିକରେ ପଢ଼ୁଥିବା ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ପ୍ରଣାଳୀ ଓ ମନୋବଳ ବୃଦ୍ଧିକୁ ନେଇ ପ୍ରଶିକ୍ଷଣ ଶିବିର ହରଡାପୁଟ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳ ବିଭାଗ ଦ୍ବାରା ଆୟୋଜିତ ପ୍ରଥମ ଫାଉଣ୍ଡେସନ୍ କଟକ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଧନକର୍ମୀ ଭାବେ ମହେଶ୍ବର ପ୍ରଧାନ, ଦେବପ୍ରସାଦ ନାୟକ, ପର୍ଯ୍ୟବେକ୍ଷକ ରଙ୍ଗାଧର ନାୟକ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ।

Advertisment

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ ପଢ଼ା ପ୍ରତି ଅଧିକା ଆଗ୍ରହ ସୃଷ୍ଟି କରି ଶୌକ୍ଷିକ ବାତାବରଣ  ତିଆରି ଦିଗରେ ଶିକ୍ଷକ ମାନେ ବିଭିନ୍ନ କଳା ଓ କୌଶଳ ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା। ଯେପରି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜକୁ ଇଂରାଜୀ ଓ ଅନ୍ୟ ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ନିଜକୁ ଅଧିକା ‌ଭା‌ବି ପାରିବେ ସେଭଳି ମନୋବଳ ସୃଷ୍ଟି କରିବାକୁ କୁହାଯାଇଥିଲା।   ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରପୁଲ୍ଲ ଭୁଜବଳ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ ମିଶ୍ର ଶିବିରକୁ ପରିଚାଳନା କରିଥିଲେ।