ଭୁବନେଶ୍ବର : ଆସନ୍ତା୍ ୨୩ ତାରିଖରେ ସାଧାରଣ ନିର୍ବାଚନ ପାଇଁ ହେବ ଭୋଟ ଗଣତି। ଏଥିପାଇଁ ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କସରତ ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ଇଭିଏମ ଓ ଭିଭିପାଟ ମେସିନକୁ ମେଳ କରାଯିବ। ଏଥିପାଇଁ ନିର୍ବାଚନ ମଣ୍ଡଳୀର ସବୁ ବୁଥ୍ ନମ୍ବରର ଚିରିକୁଟକୁ ଏକାଠି କରି ଲଟେରି କରାଯିବ। ସେଥିରୁ ୫ଟି ଚିରିକୁଟ ଉଠାଇ ସେହି ନମ୍ବରରେ ଇଭିଏମ ଓ ଭିଭିପାଟ ମେଳକରାଯିବ। ତାପରେ ଅସଲି ଗଣତି ଆରମ୍ଭ ହେବ। ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ଫଳାଫଳ ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାକୁ ଦୃଷ୍ଟିରେ ରଖି ଭାରତ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଭୁବନେଶ୍ବର ଜୟଦେବ ସୂଚନା ଭବନରେ ଗୋଟିଏ ମଡେଲ କାଉଣ୍ଟିଂ ସେଣ୍ଟର କରାଯାଇ ଆସନ୍ତା ୧୩ ଓ ୧୪ ତାରିଖ ଦୁଇଦିନ ଧରି ରିଟର୍ଣ୍ଣିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସେହିପରି ୧୫ରୁ ୧୯ ତାରିଖ ଭିତରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ। ଏବେ ମାଷ୍ଟ୍ରର ଟ୍ରେନରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଥିବା ଶ୍ରୀ କୁମାର କହିଛନ୍ତି।
ଭୋଟ ଗଣତି ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ଦିଆଯିବ ଟ୍ରେନିଂ: ସିଇଓ
/sambad/media/post_attachments/wp-content/uploads/2019/05/ceo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)