ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୭ ଟ୍ରେନ୍ ବାତିଲ୍

ସ୍ବାଭାବିକ ହେଲା ୩ ଟ୍ରେନ୍‌

ଭୁବନେଶ୍ବର : ଜୁନ୍‌ ୩ ଓ ୪ରେ ସାମୟିକ ବାତିଲ ଏବଂ ଆଂଶିକ ବାତିଲ ଟ୍ରେନଗୁଡ଼ିକ ପୁଣିଥରେ ସ୍ୱାଭାବିକ ଭାବେ ଚଳାଚଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଲା ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର୍‌ ସ୍ପେସାଲ (୦୮୨୬୩/୦୮୨୬୪), ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସୁପରଫାଷ୍ଟ ଇଣ୍ଟରସିଟି ଏକ୍ସପ୍ରେସ (୧୨୮୯୩/୧୨୮୯୪) ଏବଂ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ (୧୮୦୦୫/୧୮୦୦୬)।

ଏହାବ୍ୟତୀତ ଟ୍ରେନ୍‌ଗୁଡ଼ିକର ଉନ୍ନତ ଗତି ଏବଂ ଉଭୟ ଯାତ୍ରୀ ଓ ଟ୍ରେନ୍‌ର ନିରାପତ୍ତା ପାଇଁ ସଂପୃକ୍ତ କେତେକ ରେଳ ସେକ୍ସନ ମଧ୍ୟରେ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଉଭୟ ପାର୍ଶ୍ୱରୁ ଜୁନ୍‌ ୪ ଓ ୫ରେ ୭ଟି ଟ୍ରେନ୍‌ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (୧୮୩୦୧/୧୮୩୦୨), ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (୧୮୩୦୩/୧୮୩୦୪), ବିଶାଖାପାଟଣା-ଭୁବନେଶ୍ୱର- ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ (୨୨୮୨୦/୨୨୮୧୯), ବିଶାଖାପାଟଣା-ପଲାସା-ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୩୨/୧୮୫୩୧), ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ପେସାଲ (୦୮୫୪୬/୦୮୫୪୫), ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ (୧୮୪୧୭/୧୮୪୧୮), ପୁରୀ-ଅନୁଗୁଳ-ପୁରୀ ପାସେଞ୍ଜର ସ୍ପେସାଲ(୦୮୪୨୮/୦୮୪୨୭)।

ସମ୍ବନ୍ଧିତ ଖବର