ଆଜି ଜନତା କର୍ଫ୍ୟୁ : ୨୧ ଏକ୍ସପ୍ରେସ, ୪୬ ପାସେଞ୍ଜର ଟ୍ରେନ ବାତିଲ, ୪ଟି ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ

ଭୁବନେଶ୍ବର : ରବିବାର ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୨୧ଟି ମେଲ୍‌/ଏକ୍ସପ୍ରେସ ଟ୍ରେନ, ୪୬ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ସେହିପରି ୪ଟି ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ ହୋଇଛି। ରବିବାର ପୁରୀରୁ ଛାଡ଼ିବାକୁ ଥିବା ୨୨୮୫୯ ପୁରୀ-ଚେନ୍ନାଇ ଏକ୍ସପ୍ରେସ, ୧୨୮୨୨ ପୁରୀ-ହାଓଡ଼ା ଧଉଳି ଏକ୍ସପ୍ରେସ, ୧୮୩୦୪ ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି। ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ୧୨୦୭୪ ଭୁବନେଶ୍ବର-ହାଓଡ଼ା ଜନଶତାବ୍ଦୀ ଏକ୍ସପ୍ରେସ, ୧୨୮୧୯ ଭୁବନେଶ୍ବର-ଆନନ୍ଦବିହାର ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, ୧୮୪୬୩ ଭୁବନେଶ୍ବର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, ୧୨୮୯୨ ଭୁବନେଶ୍ବର-ବାଙ୍ଗିରିପୋଷି ଏକ୍ସପ୍ରେସ, ୧୨୮୯୩ ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ, ୨୨୮୧୯ ଭୁବନେଶ୍ବର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ, ୨୨୮୭୧ ଭୁବନେଶ୍ବର-ତିରୁପତି ଏକ୍ସପ୍ରେସକୁ ବାତିଲ କରାଯାଇଛି। ସମ୍ବଲପୁରରୁ ଛାଡ଼ିବାକୁ ଥିବା ୧୮୩୦୩ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ୧୮୩୦୧ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ, ୨୦୮୦୯ ସମ୍ବଲପୁର-ନାନ୍ଦେଦ ନାଗାବଳୀ ଏକ୍ସପ୍ରେସ ବାତିଲ ହୋଇଛି। ସେହିପରି ରାୟଗଡ଼ାରୁ ଛାଡ଼ିବାକୁ ଥିବା ୧୮୩୦୨ ରାୟଗଡ଼ା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ବଲାଙ୍ଗୀରରୁ ଛାଡ଼ିବାକୁ ଥିବା ୧୨୮୯୪ ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ, ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ୨୨୮୨୦ ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ, ୨୨୮୧୦ ବିଶାଖାପାଟଣା-ପାରାଦ୍ବୀପ ଏକ୍ସପ୍ରେସ, ୧୮୫୧୪ ବିଶାଖାପାଟଣା-କିରଣ୍ଡୁଳ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହାଛଡ଼ା ୧୮୫୧୩ କିରଣ୍ଡୁଳ-ବିଶାଖାପାଟଣା ଏକ୍ସପ୍ରେସକୁ କିରଣ୍ଡୁଳରୁ, ୧୨୮୨୧ ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସକୁ ହାଓଡ଼ାରୁ, ୧୨୦୭୩ ହାଓଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସକୁ ହାଓଡ଼ାରୁ ବାତିଲ କରାଯାଇଛି।

ଏତଦବ୍ୟତୀତ ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ୬୮୪୧୧ ଭୁବନେଶ୍ବର-ବ୍ରହ୍ମପୁର ମେମୁ, ୬୮୪୧୯ ଭୁବନେଶ୍ବର-ପଲାଶା ମେମୁ, ୬୮୪୦୮ ଭୁବନେଶ୍ବର-ଭଦ୍ରକ ମେମୁ, ପୁରୀରୁ ଛାଡ଼ିବାକୁ ଥିବା ୫୮୪୦୪ ପୁରୀ-ଖୋର୍ଧାରୋଡ ପାସେଞ୍ଜର, ୫୮୪୧୦ ପୁରୀ-ଖୋର୍ଧାରୋଡ ପାସେଞ୍ଜର, ୬୮୪୧୪ ପୁରୀ-ତାଳଚେର ମେମୁ, ୬୮୪୨୨ ପୁରୀ-ଅନୁଗୁଳ ମେମୁ, ୬୮୪୧୬ ପୁରୀ-କଟକ ମେମୁ, ଭଦ୍ରକରୁ ଛାଡ଼ିବାକୁ ଥିବା ୬୮୪୦୭ ଭଦ୍ରକ-ଭୁବନେଶ୍ବର ମେମୁ, ୬୮୪୨୩ ଭଦ୍ରକ-କଟକ ମେମୁ, ବ୍ରହ୍ମପୁରରୁ ଛାଡ଼ିବାକୁ ଥିବା ବ୍ରହ୍ମପୁର-ଭୁବନେଶ୍ବର ମେମୁ, ପଲାଶାରୁ ଛାଡ଼ିବାକୁ ଥିବା ୬୮୪୨୦ ପଲାଶା-ଭୁବନେଶ୍ବର ମେମୁ, ୬୭୨୮୨ ପଲାଶା-ବିଜୟନଗର୍‌ମ ମେମୁ, କଟକରୁ ଛାଡ଼ିବାକୁ ଥିବା ୬୮୪୨୪ କଟକ-ଭଦ୍ରକ ମେମୁ, ୬୮୪୧୫ କଟକ-ପୁରୀ ମେମୁ, ୬୮୪୦୧ କଟକ-ପରାଦ୍ବୀପ ମେମୁ, ୬୮୪୩୩ କଟକ-ଇଚ୍ଛାପୁରମ ମେମୁ ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଖୋର୍ଦ୍ଧାରୋଡରୁ ଛାଡ଼ିବାକୁ ଥିବା ୫୮୪୦୩ ଖୋର୍ଧାରୋଡ-ପୁରୀ ପାସେଞ୍ଜର, ୫୮୪୨୯ ଖୋର୍ଧାରୋଡ-ମହିପୁର ପାସେଞ୍ଜର, ୫୮୪୩୧ ଖୋର୍ଧାରୋଡ-ମହିପୁର ପାସେଞ୍ଜର, ୫୮୪୦୯ ଖୋର୍ଧାରୋଡ-ପୁରୀ ପାସେଞ୍ଜର, ପରାଦ୍ବୀପରୁ ଛାଡ଼ିବାକୁ ଥିବା ୬୮୪୦୨ ପାରାଦ୍ବୀପ-କଟକ ମେମୁ, ମହିପୁରରୁ ଛାଡ଼ିବାକୁ ଥିବା ୫୮୪୩୦ ମହିପୁର-ଖୋର୍ଧା ରୋଡ ପାସେଞ୍ଜର, ୫୮୪୩୨ ମହିପୁର-ଖୋର୍ଧାରୋଡ ପାସେଞ୍ଜର, ତାଳଚେର/ଅନୁଗୁଳରୁ ଛାଡ଼ିବାକୁ ଥିବା ୬୮୪୧୩ ତାଳଚେର-ପୁରୀ ମେମୁ, ୬୮୪୨୧ ଅନୁଗୁଳ-ପୁରୀ ମେମୁ, ବଲାଙ୍ଗୀର/ବିଚ୍ଛୁପାଲ୍ଲୀରୁ ଛାଡ଼ିବାକୁ ଥିବା ୫୮୩୦୫ ବଲାଙ୍ଗୀର-ବିଚ୍ଛୁପାଲ୍ଲୀ ପାସେଞ୍ଜର, ୫୮୩୦୬ ବିଚ୍ଛୁପାଲ୍ଲୀ-ବଲାଙ୍ଗୀର ପାସେଞ୍ଜର, ୫୮୩୦୭ ବଲାଙ୍ଗୀର-ବିଚ୍ଛୁପାଲ୍ଲୀ ପାସେଞ୍ଜର, ୫୮୩୦୮ ବିଚ୍ଛୁପାଲ୍ଲୀ-ବଲାଙ୍ଗୀର ପାସେଞ୍ଜର, ଗୁଣୁପୁରରୁ ଛାଡ଼ିବାକୁ ଥିବା ୫୮୫୦୫ ଗୁଣୁପୁର-ବିଶାଖାପାଟଣା ପାସେଞ୍ଜର, ବିଶାଖାପାଟଣାରୁ ଛାଡ଼ିବାକୁ ‌ଥିବା ୬୭୨୯୨ ବିଶାଖାପାଟଣା-ବିଜୟନଗରମ୍‌ ମେମୁ, ୬୭୨୯୪ ବିଶାଖାପାଟଣା-ଶ୍ରୀକାକୁଲମ୍‌ ରୋଡ ମେମୁ, ୬୭୨୯୬ ବିଶାଖାପାଟଣା-ରାଜମ‌ୁନ୍ଦ୍ରି ରୋଡ ମେମୁ, ୫୮୫୦୬ ବିଶାଖାପାଟଣା-ଗୁଣୁପୁର ପାସେଞ୍ଜର, ବିଜୟନଗରମ୍‌ରୁ ଛାଡ଼ିବାକୁ ଥିବା ୬୭୨୯୧ ବିଜୟନଗରମ୍‌-ବିଶାଖାପାଟଣା ମେମୁ, ୬୭୨୯୩ ବିଜୟନଗରମ୍‌-ବିଶାଖାପାଟଣା ମେମୁ, ଶ୍ରୀକାକୁଲମ୍‌ ରୋଡରୁ ଛାଡ଼ିବାକୁ ଥିବା ୬୭୨୮୧ ଶ୍ରୀକାକୁଲମ୍‌ ରୋଡ-ପଲାଶା ମେମୁ, ବୋବିଲି/ସାଲୁରରୁ ଛାଡ଼ିବାକୁ ଥିବା ୭୮୫୧୧/୭୮୫୧୨/୭୮୫୧୫/୭୮୫୧୬/୭୮୫୧୭/୭୮୫୧୮/୭୮୫୧୯/୭୮୫୨୦ ବୋବିଲି-ସାଲୁର-ବୋବିଲି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି।

ଏହାଛଡ଼ା ୪ଟି ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ ହୋଇଛି। ୧୮୪୫୨ ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ ସଂଧ୍ୟା ୭ଟା ୫୫ ପରିବର୍ତ୍ତେ ରାତି ୧୦ଟା ୪୫ ମିନିଟ, ୧୮୪୭୭ ପୁରୀ-ହରିଦ୍ବାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ରାତି ୮ଟା ୫୦ ପରିବର୍ତ୍ତେ ରାତି ୧୦ଟା ୫୫ ଓ ୧୨୮୦୧ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ରାତି ୯ଟା ୪୫ ବଦଳରେ ରାତି ରାତି ୧୧ଟା ୫ ମିନିଟ୍‌ରେ ପୁରୀରୁ ଛାଡ଼ିବ।

ସେହିପରି ୨୦୮୦୫ ବିଶାଖାପାଟଣା-ନୂଆଦିଲ୍ଲୀ ଏପି ଏକ୍ସପ୍ରେସ ରାତି ୧୦ଟା ପରିବର୍ତ୍ତେ ରାତି ୧୦ଟା ୧୫ରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର