୧୫ରୁ ନୂଆ ସମୟରେ ଗଡ଼ିବ ଟ୍ରେନ୍‌

ଚନ୍ଦ୍ରଶେଖରପୁର: ଅଗଷ୍ଟ ୧୫ରୁ ୩୪ଟି ଟ୍ରେନ୍‌ର ସମୟ ସାରଣୀରେ ପରିବର୍ତନ କରାଯାଇଛି। ରାଜ୍ୟର ବିଭିନ୍ନ ଷ୍ଟେସନ୍‌ରୁ ନୂଆ ସମୟରେ ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଆଜି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍‌ ଭୁବନେଶ୍ୱର ଷ୍ଟେସନ୍‌ରୁ ସକାଳ ୮ଟା ପରିବର୍ତେ ସକାଳ ୭ଟା ୩୫ରେ ଛାଡ଼ିବ। ସେହିପରି ଭୁବନେଶ୍ୱର-ଆନନ୍ଦ ବିହାର ‘ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ’ ଅପରାହ୍‌ଣ ୩ଟା ୫୦ ପରିବର୍ତେ ୧୦ ମିନିଟ୍‌ ଆଗରୁ ଭୁବନେଶ୍ୱରରୁ ଛାଡ଼ିବ। ପୁରୀରୁ ଛାଡ଼ିବାକୁ ଥିବା ‘ପୁରୀ-ହାଓ୍ଵଡ଼ା ଧଉଳି’ ପୂର୍ବାହ୍ଣ ୧୧ଟା ୪୦ ବଦଳରେ ପୂର୍ବାହ୍ଣ ୧୧ଟା ୩୫ରେ, ‘ପୁରୀ-ହାଓ୍ଵଡ଼ା ଏକ୍ସପ୍ରେସ୍‌’ ସଂଧ୍ୟା ୮ଟା ୨୦ ବଦଳରେ ସଂଧ୍ୟା ୮ଟା ୧୦ରେ ଛାଡ଼ିବ। ନୂତନ ସମୟ ଅନୁଯାୟୀ ‘ପୁରୀ-ହାଓ୍ଵଡ଼ା ସାପ୍ତାହିକ ଏକ୍ସପ୍ରେସ୍‌’ ରାତି ୧୦ଟା ୧୦ରେ ପୁରୀ ଷ୍ଟେସନ୍‌ରୁ ଛାଡ଼ିବାକୁ ଥିବା ବେଳେ ‘ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ’ ସକାଳ ୬ଟା ୩୦ରେ ଭୁବନେଶ୍ୱର, ‘ପୁରୀ-କାମାକ୍ଷା ଏକ୍ସପ୍ରେସ’ ରାତି ୧୦ଟା ୧୦ରେ ପୁରୀରୁ, ପୁରୀ-ତିରୁପତି ଏକ୍ସପ୍ରେସ ମଧ୍ୟାହ୍ନ ୧୨ଟା ୧୫ରେ ପୁରୀରୁ, ‘କୋରାପୁଟ-ରାଉରକେଲା ଏକ୍ସପ୍ରେସ୍‌’ ଅପରାହ୍‌୍‌ଣ ୪ଟା ୩୦ରେ କୋରାପୁଟରୁ, ଗୁଣୁପୁର-ରାଉରକେଲା ‘ରାଜ୍ୟରାଣୀ ଏକ୍ସପ୍ରେସ’ ଅପରାହ୍‌୍‌ଣ ୨ଟା ୧୫ରେ ଗୁଣୁପୁରରୁ ଛାଡ଼ିବ। ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ୍‌ ଅପରାହ୍‌ଣ ୨ଟା ୫ରେ ରାୟଗଡ଼ାରୁ, ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ହାଓ୍ଵଡ଼ା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ରାତି ୧୦ଟା ୨୫, ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ସଂଧ୍ୟା ୬ଟା ୩୦, ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ ସଂଧ୍ୟା ୭ଟା ୫୫, ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସଂଧ୍ୟା ୮ଟା ୫୦ରେ ଛାଡ଼ିବ। ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସ ପୂର୍ବାହ୍ଣ ୧୧ଟା ୧୦ରେ ସମ୍ବଲପୁର, ପୁରୀ-ଯୋଧପୁର ଏକ୍ସପ୍ରେସ ଅପରାହ୍‌୍‌ଣ ୩ଟା ୫୦ରେ ପୁରୀ, ପୁରୀ-ସିଲଦାହ ଦୂରନ୍ତ ଏକ୍ସପ୍ରେସ ସଂଧ୍ୟା ୭ଟା ୨୦ରେ ପୁରୀ, ପାରାଦୀପ-ବିଶାଖାପାଟ୍‌ନମ୍‌ ଏକ୍ସପ୍ରେସ୍‌ ରାତି ୧୦ଟା ୫୫ରେ ପାରାଦୀପ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପୂର୍ବାହ୍ଣ ୧୧ଟା ୩୫ରେ ଭୁବନେଶ୍ୱର ଛାଡ଼ିବ ବୋଲି ନୂଆ ସମୟ ସାରଣୀରେ କୁହାଯାଇଛି।

ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଏଲ୍‌ଟିଟି ଏକ୍ସପ୍ରେସ ଭୋର ୫ଟା ୨୫, ପୁରୀ-ଦିଘା ଏକ୍ସପ୍ରେସ ରାତି ୧୧ଟା ୪୦, ପୁରୀ-ସାଲିମାର ଏକ୍ସପ୍ରେସ ରାତି ୧୦ଟା ୧୦, କିରାନ୍ଦୁଳ-ବିଶାଖାପଟନମ୍‌ ପାସେଞ୍ଜର ସକାଳ ୬ଟାରେ କିରାନ୍ଦୁଲ୍‌, ଭୁବନେଶ୍ୱର-ବିଶାଖାପଟନମ୍‌ ଏକ୍ସପ୍ରେସ ସକାଳ ୭ଟା ୩୫ରେ ଭୁବନେଶ୍ୱର, ପୁରୀ-ବାଲସାଦ୍‌ ଏକ୍ସପ୍ରେସ ସକାଳ ୬ଟା ୩୦ରେ ପୁରୀ, ପୁରୀ-ବିକାନିର୍‌ ଏକ୍ସପ୍ରେସ ସକାଳ ୬ଟା ୩୦ରେ ପୁରୀ, ରାୟଗଡ଼ା-ବିଶାଖାପାଟନମ୍‌ ପାସେଞ୍ଜର ଭୋର ୫ଟା ୧୫ରେ ରାୟଗଡ଼ା, ପୁରୀ-ସମ୍ବଲପୁର ଇଣ୍ଟରସିଟି ଅପରାହ୍‌୍‌ଣ ୪ଟା ୫ରେ ପୁରୀ, କୋରାପୁଟ-ବିଶାଖାପାଟନମ୍‌ ଏକ୍ସପ୍ରେସ୍‌ ଭୋର ୫ଟା ୨୫ରେ କୋରାପୁଟ, ବିଶାଖାପାଟନମ୍‌-କୋର୍ବା ଏକ୍ସପ୍ରେସ ରାତି ୯ଟା ୫ରେ ବିଶାଖାପାଟନମ୍‌ ଓ ବିଶାଖାପାଟନମ୍‌-ଭଗତ କି କୋଠି ଏକ୍ସପ୍ରେସ ଭୋର ୫ଟା ୧୫ମିନିଟରେ ବିଶାଖାପୁଟଣା ଷ୍ଟେସନ୍‌ରୁ ଗଡ଼ିବ।

ସମ୍ବନ୍ଧିତ ଖବର