କଙ୍କଡ଼ାହାଡ଼: ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ବେଳେ ଇଞ୍ଜେକ୍ସନ୍ ବାଜି ଫରେଷ୍ଟର୍ ଗୁରୁତର ହୋଇଛନ୍ତି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡ଼ାହାଡ଼ ସେକ୍ସନ୍ କେରଜୁଳିଠାରେ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଗୁରୁତର ହେଉଛନ୍ତି ଫରେଷ୍ଟର୍ ଦୀପକ ସାହୁ। ସୂଚନା ଅନୁସାରେ, କେରଜୁଳି ଗାଁରେ ଏକ ଭାଲୁଥିବା ନେଇ ବନବିଭାଗ ସୂଚନା ପାଇ ଧରିବା ପାଇଁ ଯାଇଥିଲେ। ଭାଲୁର ଗତିବିଧି ନିରୀକ୍ଷଣ କରି ତାକୁ ଟ୍ରାଙ୍କୁଲାଇଜ୍ କରାଯାଉଥିଲା। କିନ୍ତୁ ଟ୍ରାଙ୍କୁଲାଇଜ୍ ଇଞ୍ଜେକ୍ସନ୍ଟି ଭାଲୁ ଦେହରେ ନ ବାଜି ଫରେଷ୍ଟର୍ ଦୀପକ ସାହୁଙ୍କ ଦେହରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଉପସ୍ଥିତ ସହଯୋଗୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଟିମ୍ରେ ଏସିଏଫ୍ ସତ୍ୟନାରାୟଣ ସାହୁ, ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।
ଭାଲୁକୁ ଟ୍ରାଙ୍କୁଲାଇଜ୍ କରୁଥିଲେ: ଫରେଷ୍ଟର୍ଙ୍କ ଦେହରେ ଲାଗିଲା
ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ବେଳେ ଇଞ୍ଜେକ୍ସନ୍ ବାଜି ଫରେଷ୍ଟର୍ ଗୁରୁତର ହୋଇଛନ୍ତି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡ଼ାହାଡ଼ ସେକ୍ସନ୍ କେରଜୁଳିଠାରେ ଏଭଳି ଅଘଟଣ ଘଟିଛି।
/sambad/media/media_files/vJtf0Ejm8triNj8DiZg3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)