୨୦ ବରିଷ୍ଠ ଡାକ୍ତରଙ୍କ ବଦଳି

ଭୁବନେଶ୍ୱର : ଆଜି ସ୍ୱାସ୍ଥ୍ୟ ବିଭାଗର ୨୦ ଜଣ ବରିଷ୍ଠ ଡାକ୍ତରଙ୍କର ବିଭିନ୍ନ ମେଡିକାଲ୍‌ କଲେଜ୍‌କୁ ବଦଳି ହୋଇଛି। ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ବିଜ୍ଞଂପ୍ତି ପ୍ରକାଶ ପାଇଛି।

ଡିଏମ୍‌ଇଟି ଭାବେ କାର୍ଯ୍ୟରତ ପ୍ରଫେସର ଡ. ପିସି ମହାପାତ୍ରଙ୍କୁ କଟକସ୍ଥିତ ଆର୍‌ଏଫ୍‌ଆଇସିର ନିର୍ଦେଶକ (ଭାରପ୍ରାପ୍ତ) ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ଭିମ୍‌ସାରର ପୂର୍ବତନ ନିର୍ଦେଶକ ପ୍ରଫେସର ଡ.ସୋନାମାଳି ବାଗଙ୍କୁ ନିଯୁକ୍ତି ଦିଆଯାଇଛି। ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡ.ଅରୁଣ କୁମାର ଦଣ୍ଡପାଟଙ୍କୁ ଏମ୍‌କେସିଜିର ଏମ୍‌ସିଏଚ୍‌ ରେଡିଓ ଥେରାପି ବିଭାଗର ବିଭାଗୀୟ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହା ସହ ଭିମ୍‌ସାର, ଏମ୍‌କେସିଜି ଏବଂ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟର୍ସିଆରି କେୟାର ସେଣ୍ଟରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏମ୍‌କେସିଜିର ଏସ୍‌ପିଏମ୍‌ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ରାଧାମାଧବ ତ୍ରିପାଠୀଙ୍କୁ ଏମ୍‌କେସିଜି ଏମ୍‌ସିଏଚ୍‌ର ଡିନ୍‌ ତଥା ଅଧ୍ୟକ୍ଷ (ଭାରପ୍ରାପ୍ତ) ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଡ.ବିଜୟିନୀ ମହାପାତ୍ରଙ୍କୁ ଏମ୍‌କେସିଜି ଏସ୍‌ପିଏମ୍‌ର ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଛି। ଏମ୍‌କେସିଜି ଏମ୍‌ସିଏଚ୍‌ର ଅଧୀକ୍ଷକ ପ୍ରଫେସର ଡ.କ୍ଷେତ୍ରବାସୀ ସୁବୁଦ୍ଧିଙ୍କୁ ଏମ୍‌କେସିଜି ଏମ୍‌ସିଏଚ୍‌ର ଓ ଆଣ୍ଡ୍‌ ଜି ବିଭାଗର ପ୍ରଫେସର ଦାୟିତ୍ୱ ଦିଆଯାଇଥିବା ବେଳେ ଡ.ଚରଣ ପଣ୍ଡାଙ୍କୁ ଏମ୍‌କେସିଜି ଏମ୍‌ସିଏଚ୍‌ର ଅଧୀକ୍ଷକ(ଭାରପ୍ରାପ୍ତ) ନିଯୁକ୍ତ କରାଯାଇଛି।

ସେହିପରି ଡିଏମ୍‌ଇଟିରେ ଓଏସ୍‌ଡି ଭାବେ କାର୍ଯ୍ୟରତ ଡ.ସନ୍ତୋଷ ବେହେରାଙ୍କୁ ଏମ୍‌କେସିଜି ଏମ୍‌ସିଏଚ୍‌ ଓ ଏଣ୍ଡ୍‌ ଜିର ପ୍ରଫେସର, ଡ.ରମେଶ ଚନ୍ଦ୍ର ସାମନ୍ତରାୟ ବାଲେଶ୍ୱର ଏମ୍‌ସିଏଚ୍‌ର ଅଧୀକ୍ଷକ (ଭାରପ୍ରାପ୍ତ), ବଲାଙ୍ଗୀର ଏମ୍‌ସିଏଚ୍‌ର ଅଧୀକ୍ଷକ (ଭାରପ୍ରାପ୍ତ) ପ୍ରଫେସର ଡ.ସୁଶାନ୍ତ କୁମାର ଦାସଙ୍କୁ ଏମ୍‌କେସିଜି ଏମ୍‌ସିଏଚ୍‌ର ସର୍ଜରି ପ୍ରଫେସର ନିଯୁକ୍ତ କରାଯାଇଛି। ଭିମ୍‌ସାରର ମାଇକ୍ରୋ ବାୟୋଲୋଜି ପ୍ରଫେସର ଡ.ସୁଧୀର କୁମାର ଘୋଷଙ୍କୁ ବଲାଙ୍ଗୀର ଏମ୍‌ସିଏଚ୍‌ର ଅଧୀକ୍ଷକ (ଭାରପ୍ରାପ୍ତ), ଏମ୍‌କେସିଜିର ଫିଜିଓଲୋଜି ପ୍ରଫେସର ଡ.ରମାରମଣ ମହାନ୍ତିଙ୍କୁ ବାରିପଦା ମେଡିକାଲ୍‌ କଲେଜ୍‌ର ଡିନ୍‌ ତଥା ଅଧ୍ୟକ୍ଷ (ଭାରପ୍ରାପ୍ତ), ବାରିପଦା ମେଡିକାଲ୍‌ କଲେଜ୍‌ର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡ.ଶ୍ରୀକୃଷ୍ଣ ମହାପାତ୍ରଙ୍କୁ ଏସ୍‌ସିବି ଏମ୍‌ସିଏଚ୍‌ର ବାୟୋ କେମିଷ୍ଟ୍ରି ବିଭାଗର ପ୍ରଫେସର, କଟକର ଶିଶୁ ଭବନର ଶିଶୁ ରୋଗ ବିଭାଗର ସହକାରୀ ପ୍ରଫେସର ଡ.ଶାନ୍ତିସେନା ମିଶ୍ରଙ୍କୁ ଏମ୍‌କେସିଜି ଏମ୍‌ସିଏଚ୍‌ର ଶିଶୁ ରୋଗ ବିଭାଗର ସହକାରୀ ପ୍ରଫେସର, ଏମ୍‌କେସିଜି ଏମ୍‌ସିଏଚ୍‌ର ସହକାରୀ ପ୍ରଫେସର ଥିବା ଡ.ନରେନ୍ଦ୍ର ବେହେରାଙ୍କୁ କଟକ ଶିଶୁ ଭବନର ଶିଶୁ ରୋଗ ବିଭାଗର ସହକାରୀ ପ୍ରଫେସର, ଭିମ୍‌ସାରର ଫିଜିଓଲୋଜି ବିଭାଗର ସହକାରୀ ପ୍ରଫେସର ଡ.ସୁଲତା ମହାପାତ୍ରଙ୍କୁ ଏସ୍‌ସିବି ଏମ୍‌ସିଏଚ୍‌ର ଫିଜିଓଲୋଜି ବିଭାଗର ସହକାରୀ ପ୍ରଫେସର, କୋରାପୁଟ ଏମ୍‌ସିଏଚ୍‌ର ଭେଷଜ ବିଭାଗର ପ୍ରଫେସର ଡ.ବିରଞ୍ଚି ନାରାୟଣ ମହାପାତ୍ରଙ୍କୁ ଏସ୍‌ସିବି ଏମ୍‌ସିଏଚ୍‌ର ଭେଷଜ ବିଭାଗର ପ୍ରଫେସର, ବାରିପଦା ମେଡିକାଲ୍‌ କଲେଜ୍‌ର ଏଫ୍‌ଏମ୍‌ଟିର ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ପ୍ରିୟାଂଶୁ ମହାନ୍ତିଙ୍କୁ ଅଧୀକ୍ଷକ (ଭାରପ୍ରାପ୍ତ), ବାରିପଦା ମେଡିକାଲ୍‌ କଲେଜର ଅଧୀକ୍ଷକ ଥିବା ଡ.ନରେନ୍ଦ୍ରନାଥ ସୋରେନ୍‌ଙ୍କୁ ଶିଶୁ ରୋଗ ବିଭାଗର ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ, ଏମ୍‌କେସିଜି ଏମ୍‌ସିଏଚ୍‌ର ରେଡିଓ ଡାଇଗ୍ନୋସିସ୍‌ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ.କେସି ବିଶ୍ୱାଳଙ୍କୁ କେରାପୁଟ ମେଡିକାଲ୍‌ କଲେଜ୍‌ର ଡିନ୍‌ ତଥା ଅଧ୍ୟକ୍ଷ (ଭାରପ୍ରାପ୍ତ) ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର