ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୯ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍)ଙ୍କୁ ବଦଳି ହୋଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ତହସିଲଦାରଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଭାବେ ପଦୋନ୍ନତି ମିଳିଛି।
ସମ୍ବିତ ଶତପଥୀଙ୍କୁ ପୁରୀ ସଦର ବିଡିଓ ଭାବେ ବଦଳି ହୋଇଛି। ପଲ୍ଲବୀ ରାଣୀ ରାଜଙ୍କୁ କୋଇଡାରେ ବିଡିଓ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲଦାର ସୁନୀଲ ମେହେର ଗଁଦିଆରେ ବିଡିଓ ଭାବେ କାର୍ଯ୍ୟ କରିବେ। କୋରାପୁଟ ଜିଲ୍ଲା କୋଟଗଡ଼ ତହସିଲଦାର ଲକ୍ଷ୍ମୀଧର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଡିଓ ଭାବେ ବଦଳି ହୋଇଥିବା ବେଳେ ରାୟଗଡ଼ା ତହସିଲଦାର ଉମାକାନ୍ତ ବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଡିଓ ଭାବେ ଅବସ୍ଥାପିତ କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର ସୌମଶ୍ରୀ ପାଣିଗ୍ରାହୀଙ୍କୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଡିଓ ଭାବେ ବଦଳି ହୋଇଛି।
ସେହିପରି ଓଏଏସ୍ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁଙ୍କୁ ଗଜପତି ଜିଲ୍ଲା କାଶୀନଗର ତହସିଲଦାର ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବା ବେଳେ ସୁଶ୍ରୀ ପ୍ରଧାନଙ୍କୁ କଳାହାଣ୍ଡିକୁ ଡେପୁଟି କଲେକ୍ଟର ଭାବେ ନୂଆ ନିଯୁକ୍ତି ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/lokseva-bhawan22.jpg)