ବାଣପୁର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲା ବାଣପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରଧୀନ ଥିବା ବେଳେ ଗୁରୁବାର ତାହାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।
ଗୁରୁବାର ଦିନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ଅଦାଲତରେ ହାଜର ହୋଇଥିଲେ। ଭାରତୀୟ ଦଣ୍ତ ସଂହିତାର ୨୦୯ ଧାରା ଅନୁଯାୟୀ ତାଙ୍କ ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ରକୁ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ୍–୧ଙ୍କ ଅଦାଲତକୁ ହସ୍ତାନ୍ତର କରାଯାଇଛି। ବିଧାୟକଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ-୧ ଙ୍କ କୋର୍ଟରେ ଆସନ୍ତା ୧୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଏହାପରେ ବିଧାୟକଙ୍କ ମାମଲା ଖୋର୍ଦ୍ଧାରୁ ଭୁବନେଶ୍ବର ଏମ୍ପି ଏମଏଲଏ ସ୍ବତନ୍ତ୍ର ଅଦାଲତକୁ ହସ୍ତାନ୍ତର ହୋଇ ବିଚାର ଆରମ୍ଭ ହେବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/prasant-jagdev-750x430-1.jpg)