ଜୟପୁର ଗତ ୧୫ଦିନ ତଳେ ଜୟପୁର ବ୍ଲକର ମାଲଦା ଗାଁର ଧନପତି ଭୁମିଆଙ୍କ ଡାହାଣ ଗୋଡ଼ ପାଦର ଉପର ପାର୍ଶ୍ବରେ ଲୁହା ବାଜି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହାର ଉପଯୁକ୍ତ ଚିକିତ୍ସା ନ କରିବା ଫଳରେ ଏହା ପୋଚି ଯାଇଥିଲା। ଚଳାବୁଲା କରି ନ ପାରି ସେଭଳି ଘରେ ପଡି ରହିଥିଲେ।
ଏହି ଗାଁର କିଶୋର ମିଶ୍ର ‘‘ସାହାଯ୍ୟ’’ଗୃପର ସଦସ୍ୟ କାର୍ତ୍ତିକ ରାଉତଙ୍କୁ ଏ ନେଇ ସୂଚନା ଦେବା ସହ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ଆଜି କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ଚାଳିଥିବା ବେଳେ ବହୁ ହଇରାଣ ହୋଇ ସ୍ବେଚ୍ଛାସେବୀ ରାମ ପାଣିଗ୍ରାହୀ, ବି. ରମେଶ, ସତ୍ୟ ତ୍ରିପାଠୀନେ ମାଲଦା ଗାଁରେ ପହଚିଂଥିଲେ। ୧୦୮ଆମ୍ବୁଲାନସ୍ ଡାକି ଧନପତିକୁ ଜୟପୁରଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ସେଠାରେ ପ୍ରାରମ୍ଭିକ ଚିକିତ୍ସା କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କହିଛନ୍ତି ସ୍ବେଚ୍ଛାସେବୀ । ଆସନ୍ତାକାଲି ସର୍ଜରୀ ବିଶେଷଞ ଧନପତିର ଘାର ପରୀକ୍ଷା କରିବା ପରେ ହିଁ ଏହା କେତେ ଦୁର ଗୁରୁତର ହୋଇଛି ତାହା ସ୍ପଷ୍ଟ ହେବ ବୋଲି ସ୍ବେଚ୍ଛାସେବୀ ମାନେ କହିଛନ୍ତି।