ଆଇଏଏସ୍ ସ୍ତରରେ ଅଦଳବଦଳ: ବିଶାଲ ଦେବ ହେଲେ ଅର୍ଥ, ଅଶୋକ ମିନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ

ଦୀର୍ଘବର୍ଷ ପରେ ପଞ୍ଚାୟତିରାଜ ବିଭାଗରୁ ହଟିଲେ ଦେଓ ରଞ୍ଜନ ସିଂହ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ବିଶାଲ ଦେବଙ୍କୁ ଅର୍ଥ ସଚିବ ନିଯୁକ୍ତି ଦିଆଯାଇଛି। ସେ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ଅପରପକ୍ଷରେ, ଆଇଏଏସ୍ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି  ଦୀର୍ଘବର୍ଷ ଧରି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଥିବା ଦେଓ ରଞ୍ଜନ ସିଂହଙ୍କୁ ଇସ୍ପାତ ଏବଂ ଖଣିଜ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଇସ୍ପାତ ଏବଂ ଖଣିଜ ସମ୍ପଦ ବିଭାଗର ପ୍ରମୁଖ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଏଣେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର୍ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର