ଜିଲ୍ଲା ପୁଲିସ୍ ସ୍ତରରେ ଅଦଳବଦଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରା ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳଙ୍କୁ ଡିସିଆରବି ଇନ୍‌ସପେକ୍ଟର, ବେଲପାହାଡ଼ ଆଇଆଇସି ରଞ୍ଜନ ବିଶ୍ଵାଳଙ୍କୁ ଝାରସୁଗୁଡ଼ା ଆଇଆଇସି, ବଡ଼ମାଳ ଆଇଆଇସି ଅମିତାଭ ପଣ୍ଡାଙ୍କୁ ବେଲପାହାଡ଼ ଆଇଆଇସି, ରାଜେନ୍ଦ୍ର ସିଆଲଙ୍କୁ ବଡ଼ମାଳ ଆଇଆଇସି, ଡିସି ଆରବି ଇନ୍ସପେକ୍ଟର ଇଗ୍ନେସ ବାର୍ଲାଙ୍କୁ ବିମାନବନ୍ଦର ଥାନା, ବିମାନବନ୍ଦର ଥାନା ଆଇଆଇସି ଏସ୍‌.ଏସ୍‌. ଲାଗୁନଙ୍କୁ ସଦର ଥାନା, ସଦର ଥାନା ଆଇଆଇସି ଶୁଚିସ୍ମିତା ମହାନ୍ତିଙ୍କୁ ବନହରପାଲି ଥାନା, ବନହରପାଲି ଆଇଆଇସି ଆନ୍ନା ମିଞ୍ଜଙ୍କୁ କୋଲାବିରା ଆଇଆଇସି, ରେଙ୍ଗାଲି ଆଇଆଇସି କେ. ସମାରିଆଙ୍କୁ ଲଇକେରା ଆଇଆଇସି ଓ ଧର୍ମେନ୍ଦ୍ର ଶାନ୍ତିଙ୍କୁ ରେଙ୍ଗାଲି ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର