୮ ଡିଏସ୍ପି ହେଲେ ଅତିରିକ୍ତ ଏସ୍ପି
୪୦ ଇନ୍ସପେକ୍ଟରଙ୍କୁ ଡିଏସ୍ପି ପଦୋନ୍ନତି
୧୩୨ ଏସଆଇଙ୍କୁ ଇନ୍ସପେକ୍ଟର
କଟକ : ଓଡ଼ିଶା ପୁଲିସ ପକ୍ଷରୁ ଆଜି ଆଜି ଏକ ବଡଧରଣର ପ ଦୋନ୍ନତି ତାଲିକା ପ୍ରକାଶ ପାଇଛି। ବିଜ୍ଞପ୍ତି ମୁତାବକ ଆଜି ୮ ଜଣ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସପି ଭାବେ ପ ଦୋନ୍ନତି ଦିଆଯାଇ ବଦଳି କରାଯାଇଛି। କଣ୍ଟାବାଂଝି ଏସଡିପିଓ ଥିବା ସରୋଜ କୁମାର ମହାପାତ୍ରଙ୍କୁ କମିସନରେଟ ପୁଲିସର ଅତିରିକ୍ତ ଡିସିପି ଭାବେ ପଦୋନ୍ନତି ଦିଆଯାଇଛି। କମିସନରେଟ ପୁଲିସର ଏସିପି ଅନିଲ କୁମାର ମିଶ୍ରଙ୍କୁ ଅତିରିକ୍ତି ଡିସିପି ଭାବେ କମିସନରେଟ ପୁଲିସରେ ଅବସ୍ଥାପିତ କରାଯାଇଛି। ସେହିଭଳି ସୁରେଶଚନ୍ଦ୍ର ପାତ୍ରଙ୍କୁ ଅତିରିକ୍ତ ଏସପି ମୟୂରଭଞ୍ଜ, କିଶୋର ଚନ୍ଦ୍ର ଦାଶଙ୍କୁ ଅତିରିକ୍ତ ଏସପି କୋରାପୁଟ, ଏସିପି ମନୋରଂଜନ ବିଶ୍ବାଳଙ୍କୁ ଅତିରିକ୍ତ ଏସ୍ପି ରାଇରଙ୍ଗପୁର, ଉଦୟଭାନୁ ମିଶ୍ରଙ୍କୁ ଅତିରିକ୍ତ ଏସପି ବାଲେଶ୍ବର, ସୁଯୋଗ୍ୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଏସପି ରାଉରକେଲା, ତ୍ରିନାଥ ମିଶ୍ରଙ୍କୁ ଅତିରିକ୍ତ ଏସ୍ପି ଭାବେ କଟକ ଜିଲ୍ଲାକୁ ବଦଳି କରାଯାଇଛି।
ସେହିଭଳି ୪୦ ଇନସପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ପସକଲ ଏକ୍କା, କୃଷ୍ଣଚନ୍ଦ୍ର ଭତ୍ରା, ରାଇସେନ ମୁର୍ମୁ, ନିରଂଜନ ପଟା, ସଂଗିତା ଟପୋ, ସିପ୍ରା କୁମାରୀ କୁମାର, ପ୍ରଭାତ କୁମାର ମଲ୍ଲିକ, ପ୍ରତିଭା ମାଝି, ସୁଦାମ ମଲ୍ଲିକ, ମନୋରଂଜନ କହଁର, ଇଫ୍ରେମ କିଡୋ, ଦିବ୍ୟକାନ୍ତି ଲାକ୍ରା, ରାମରାୟ ମୁର୍ମୁ, ସୁଷମା ପ୍ରଧାନ, ଆବବର୍ଟ ଅର୍ଶୁ ମାରାଣ୍ଡି, ନିରୁପମା ମଲ୍ଲିକ, ରୁପଧାର ନାଏକ, ବିଜୟ କୁମାର ମୁର୍ମୁ, ଅନ୍ନପୂର୍ଣ୍ଣା ବେହେରା, ଦ୍ରୁପଦ ରଂଜନ ଗରତିଆ, ବଳେଶ୍ବର ଗିଧି, ସଚ୍ଚିଦାନନ୍ଦ ବରିହା, ବଳରାମ ନାୟକ, ନିରଂଜନ ଶବର, ପବିତ୍ର କିଶାନ, ରାମଚନ୍ଦ୍ର ବିଶ୍ବାଳ, ଦେବେନ୍ଦ୍ରନାଥ ପିଙ୍ଗୁଆ, କୁମାର ଜିସା, ଠାକୁର ଦାସ ମୁର୍ମୁ, କେରନ ହେମ୍ବ୍ରମ, ରଂଜୀବ କୁମାର ପ୍ରଧାନ, ଭୀମସେନ ନାଏକ, ସ୍ମିତା କେର୍କଟାଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ସେହିଭଳି ମନୋଜ କୁମାର ରାଉତ, ସୂର୍ଯ୍ୟମଣି ପ୍ରଧାନ, ଇତି ଦାସ, ରବି ନାରାୟଣ ପାଢୀ, ପୁଷ୍ପଲତା ବାରିକ, ଅତନୁ କୁମାର ରାଉତଙ୍କୁ ବଦଳି କରାଯାଇଛି। ସୀମା ସ୍ବାଇଁ, ସୁରେନ୍ଦ୍ରନାଥ ମୁର୍ମୁଙ୍କୁ ବଦଳି କରାଯାଇଛି। ବିଜୟ କୁମାର ମହାପାତ୍ର, ପ୍ରଭା ଧନ ପ୍ରମୁଖଙ୍କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି।
ବିଭିନ୍ନ ଜିଲ୍ଲାରେ କାମ କରୁଥିବା ୧୩୨ ଜଣ ସବ ଇନସପେକ୍ଟରଙ୍କୁ ଇନସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଳଦି କରାଯାଇଛି। ୧୨୩ଜଣ ସବ ଇନସପେକ୍ଟରଙ୍କ ମଧ୍ୟରୁ କମିସନରେଟ ପୁଲିସ ଅଧୀନରେ କାମ କରୁଥିବା ସୁରେଶ ଚନ୍ଦ୍ର ପ୍ରଧାନ, ନିଳକଣ୍ଠ ଷଡଙ୍ଗୀ, ବିପିନ ବିହାରୀ ହୋତା, ଦିଲ୍ଲୀପ କୁମାର ଧଳ, ଲକ୍ଷ୍ମୀପ୍ରସାଦ ଶତପଥୀ, ଗଣେଶଚନ୍ଦ୍ର ସ୍ବାଇଁ, ଅଜୟ କୁମାର ସ୍ବାଇଁ, ଗଙ୍ଗାଧର ସାଶେନି, ଅମରେନ୍ଦ୍ର ଦାସ, ଦୁର୍ଗେଶ ନନ୍ଦିନୀ ମହାନ୍ତି, ବିଭୁ ଦାସବର୍ଦ୍ଦନ, ଶୁଭେନ୍ଦୁ କୁମାର ସାହୁ, ଓମପ୍ରକାଶ ମହାନ୍ତି, ପ୍ରକାଶ ଚନ୍ଦ୍ର ପୃଷ୍ଟି, କୃପାସିନ୍ଧୁ ବରାଡ, ବିଜୟ ସାହୁ, କିଶୋର କୁମାର ତରାଇ ପ୍ରମୁଖଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ପ୍ରଶାସନିକ ସ୍ତରରେ ଇନସପେକ୍ଟର ପାହ୍ୟାର କିଛି ଅଧିକାରୀଙ୍କୁ ବଦଳି କରାଯାଇଛି। ସେମାନେ ହେଲେ କିଶୋର ଚନ୍ଦ୍ର ପ୍ରଧାନ, ରେଣୁବାଳା ତ୍ରିପାଠୀ, ଅଲେଖ ଗରଡିଆ, ଈଶ୍ବର ତାଣ୍ଡି, ସୌମେନ୍ଦ୍ର ଶେଖର ତ୍ରିପାଠୀ, ସୁଚିସ୍ମିତା ଦାସ, ଉମେଶ କୁମାର ସାହୁ, ଅଭୟ ବେହେରା ଓ ଧୀରେନ କୁମାର ବେହେରା।