ଭୁବନେଶ୍ଵର: ନିଆଁ ଲାଗିବାରୁ ଫାଟିଲା ଟ୍ରାନ୍ସଫର୍ମର | ଭୁବନେଶ୍ୱର ଓମଫେଡ ଛକ ନିକଟରେ ଆଜି ଭୋର ସମୟରେ ଏଭଳି ଏକ ଅଘଟଣ ଘଟିଛି | ଆଉ ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି | ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଓମଫେଡ ଛକରେ ଥିବା ଟ୍ରାନ୍ସଫରମରରେ ନିଆଁ ଲାଗିଯାଇଥିଲା |

Advertisment

ଆଉ ନିଆଁ ଲାଗିବା ଫଳରେ ଟ୍ରାନ୍ସଫର୍ମରଟି ଫାଟିଯାଇଥିଲା | ଟ୍ରାନ୍ସଫର୍ମରକୁ ଲାଗିଥିବା ଦୋକାନଗୁଡିକ କ୍ଷତିଗ୍ରସ୍ତ ହୋଇଛି | ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଭୋର ୫ଟାରେ ନିଆଁ ଲାଗିଥିବା କୁହାଯାଉଛି |