କଣ୍ଟାମାଳ: ମନମୁଣ୍ଡା ଥାନା ବରଗୋଛା ପଞ୍ଚାୟତ ଘଣ୍ଟପାଲି ଗ୍ରାମରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୌଦ୍ଧ ଜିଲ୍ଲା ପନଖିମାଲ ଗ୍ରାମର ଲିଙ୍କନ ପ୍ରଧାନ (୨୨), ସାର୍ଥକ ପ୍ରଧାନ (୨୫) ଓ ଜୁନୁନ ଥାଟୀ(୨୭)। ପୂର୍ବରୁ ଏହି ତିନି ଅଭିଯୁକ୍ତଙ୍କ ନାମରେ ବାଉଁଶୁଣି, ହରଭଙ୍ଗା ଓ ପୁରୁଣାକଟକ ଆଦି ଥାନାରେ ଟ୍ରାନ୍ସଫର୍ମର ଚୋରି ସମ୍ପର୍କିତ ୫ଟି ମାମଲା ଥିବା ପୁଲିସ କହିଛି।
ଏମାନେ ୧୨ଟି ଟ୍ରାନ୍ସଫର୍ମରରୁ କଏଲ ଚୋରି କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି। ତିନି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest.jpg)