ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ପରେ ଓଡ଼ିଶାର ଏହି ପ୍ରଥମ କିନ୍ନର ଅଫିସର ବିବାହ ବନ୍ଧନରେ ଆବନ୍ଧ ହେବେ

ଭୁବନେଶ୍ୱର: ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇ କହିଥିଲେ ଭାରତରେ ସମଲିଙ୍ଗୀ ସମ୍ପର୍କ ଆଉ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ। ଦୁଇ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ଯଦି ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା ଅପରାଧ ହେବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହାପରେ ସମଲିଙ୍ଗୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳି ଯାଇଥିଲା। ଲୁଚାଛପା ସମ୍ପର୍କକୁ ନୂଆ ପରିଚୟ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛ। ବିଶେଷକରି କିନ୍ନର ସମୁଦାୟ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଐତିହାସିକ ବୋଲି କହିବା ସହ ସ୍ୱାଧୀନ ହୋଇଛନ୍ତି ବୋଲି କହିଥିଲେ। ଏତେ ଦିନ ପର୍ଯ୍ୟନ୍ତ ଯେଉଁ ସମ୍ପର୍କକୁ ସେମାନେ ସମାଜକୁ ଲୁଚାଇ ରଖିଥିଲେ ତାହାକୁ ପରିଚୟ ଦେବାରେ ଆଉ ଦ୍ୱିଧା ହେବନି ବୋଲି କହିଛନ୍ତି କିନ୍ନର ସମୁଦାୟ।

ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି କି ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ପରେ ଓଡ଼ିଶାର ପ୍ରଥମ ଓ ଏକମାତ୍ର କିନ୍ନର ସରକାରୀ ଅଫିସର ଐଶ୍ୱର୍ଯ୍ୟା ରିତୁପର୍ଣ୍ଣା ପ୍ରଧାନ ବିବାହ ବନ୍ଧନରେ ଆବନ୍ଧ ହୋବକୁ ଯାଉଛନ୍ତି। ସେ ଆଉ ଜଣେ କିନ୍ନରଙ୍କୁ ହିଁ ବିବାହ କରିବାକୁ ଯାଉଛନ୍ତି।

ଐଶ୍ୱର୍ଯ୍ୟା ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ (ଓଏଫ୍‌ଏସ୍‌) ଅଫିସର। ସମ୍ପ୍ରତି ସେ ପାରାଦ୍ୱୀପ ପୋର୍ଟ ଟାଉନ୍‌ର ବାଣିଜ୍ୟ କର ଅଧିକାରୀ ଅଛନ୍ତି। ଐଶ୍ୱର୍ଯ୍ୟାଙ୍କ କହିବାନୁସାରେ, ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ସେ ନିଜକୁ ସ୍ୱାଧୀନ ମନେ କରୁଛନ୍ତି। ସେ ଅନେକ ଦିନ ହେବ ତାଙ୍କର ଜଣେ ସାଙ୍ଗ ସହିତ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ଅଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଅନ୍ତରଆତ୍ମା ଯାହା ଚାହୁଁଥିଲା ତାହା ଏବେ ପୂରା ହେବାକୁ ଯାଉଛି। ବିବାହ ପୂର୍ବରୁ ପୁରୁଷ ବନ୍ଧୁଙ୍କ ନାମ ସେ ଗୋପନ ରଖିଛନ୍ତି।

ସମ୍ବନ୍ଧିତ ଖବର