କିନ୍ନର ପାଳିଲେ ରେନବୋ ସ୍ୱାଭିମାନ ପଦଯାତ୍ରା

ଭଦ୍ରକ: ପ୍ରତିବର୍ଷ ଜୁନ ମାସରେ କିନ୍ନରମାନେ ପାଳନ କରୁଛନ୍ତି ରେନବୋ ସ୍ୱାଭିମାନ ପଦଯାତ୍ରା । ଏହି ଅବସରରେ ଭଦ୍ରକ ଜିଲ୍ଲାରେ ମଧ୍ୟ ରେନବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ ହୋଇଛି । ଭଦ୍ରକ ଜିଲ୍ଲାର ସାଥି ଏନଜିଓ ଓ ଅର୍ଦ୍ଧ ନାରୀଶ୍ୱର କିନ୍ନର ମହାସଂଘ ତରଫରୁ ଆୟୋଜିତ ଏହି ପଦଯାତ୍ରା ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ବାଇପାସ ଠାରେ ପହଞ୍ଚିଥିଲା। କିନ୍ନରମାନେ ସଚେତନତା କରିବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ । ଲିଙ୍ଗଗତ ସମାନତା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ପାଇଁ ସଚେତନତା କରାଯାଉଛି । ସାଧାରଣ ଲୋକଙ୍କ ପରି ସମସ୍ତ କ୍ଷେତ୍ରରେ ସମାନ ଅଧିକାର ପାଇଁ ଲଢେଇ କରୁଛନ୍ତି । ତେବେ ଏହି ପଦଯାତ୍ରା ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ସଚେତନତା କରାଯାଉଛି ।

ସମ୍ବନ୍ଧିତ ଖବର