ମଧୁବାବୁ ପେନସନ ଯୋଜନାରେ କିନ୍ନରମାନଙ୍କୁ ମିଳିବ ଭତ୍ତା, ସୂଚନା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କିନ୍ନରଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଏମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଥିବା କଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । କିନ୍ନରମାନେ ଏବେଠାରୁ ମଧୁବାବୁ ପେନସନ ୱେବସାଇଟରେ ଆବେଦନ କରିପାରିବେ ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ମଧୁବାବୁ ପେନସନ ଯୋଜନାରେ ସହାୟତା ପାଉଥିବା ହିତାଧିକାରୀଙ୍କୁ ଆଉ ହଜାରେ ଟଙ୍କା ମିଳିବ । ଏହି ଟଙ୍କା ଆସନ୍ତା ୪ ମାସ ପାଇଁ ସହାୟତା ଭାବେ ମିଳିବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ଏଥିରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କରୋନା ପରିସ୍ଥିତିକୁ ନଜରରେ ରଖି ପୂର୍ବରୁ ହିତାଧିକାରୀମାନଙ୍କୁ ୪ ମାସ ପାଇଁ ହଜାରେ ଟଙ୍କା ଲେଖାଏଁ ମିଳିଥିଲା । ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ନରଙ୍କୁ ମଧୁବାବୁ ପେନସନ୍ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ସମ୍ବନ୍ଧିତ ଖବର