ଏସ୍‌ପିମାନଙ୍କୁ ପରିବହନ କମିସନରଙ୍କ ଚିଠି : ଡିଜିଟାଲ ପଦ୍ଧତିରେ ଗାଡ଼ି ସଂପର୍କିତ ପ୍ରମାଣ ପତ୍ର ଦେଖାଇଲେ ଗ୍ରହଣୀୟ ହେବ

ଭୁବନେଶ୍ୱର: ଆଗାମୀ ଦିନରେ ଡିଜିଟାଲ ପଦ୍ଧତିରେ ଗାଡ଼ି ସଂପର୍କିତ ପ୍ରମାଣପତ୍ର ଦେଖାଇଲେ ଏହା ଗ୍ରହଣୀୟ ହେବ। ଏନେଇ ପରିବହନ କମିସନର ରାଜ୍ୟର ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ଚିଠି ଲେଖିଥିବା ଗୁରୁବାର ଜଣାପଡ଼ିଛି। ଲୋକେ ଟ୍ରାଫିକ୍‌ ପୁଲିସ ନିକଟରେ ଡିଜି ଲକର ଓ ଏମ୍‌-ପରିବହନ ଆପ୍‌ ମାଧ୍ୟମରେ ପ୍ରମାଣପତ୍ର ଦେଖାଇ ପାରିବେ। ପରିବହନ କମିସନର ଚିଠିରେ ଉଲ୍ଲେଖ କରିଛନ୍ତି, ଲୋକେ ଗାଡ଼ି ସଂପର୍କିତ କାଗଜପତ୍ର ଡିଜିଟାଲ ପଦ୍ଧତିରେ ଦେଖାଇଲେ ଗ୍ରହଣ କରାଯାଉ।

ଆଜିର ଦିନରେ ଯେଉଁମାନେ ଯାନବାହନ ଚଳାଉଛନ୍ତି, ଶତପ୍ରତିଶତ ଲୋକଙ୍କ ନିକଟରେ ସ୍ମାର୍ଟଫୋନ୍‌ ରହୁଛି। ତେଣୁ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ଲୋକେ ଏମ୍‌-ପରିବହନ ଓ ଡିଜିଲକର ଆପ୍‌ ମାଧ୍ୟମରେ ସେମାନଙ୍କର ଗାଡ଼ି ସଂପର୍କିତ ପ୍ରମାଣପତ୍ର ରଖି ଆବଶ୍ୟକ ପଡ଼ିଲେ ପୁଲିସକୁ ଦେଖାଇଲେ ସେମାନଙ୍କୁ ସୁବିଧା ହେବ। ଲୋକଙ୍କୁ ଘରୁ ବାହାରିବା ବେଳେ ଗାଡ଼ି ସଂପର୍କିତ କାଗଜପତ୍ର ହାତରେ ଧରି ଯିବାକୁ ପଡ଼ିବ ନାହିଁ। ପୁଲିସ ଏହାକୁ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି ପରିବହନ କମିସନର।

ସମ୍ବନ୍ଧିତ ଖବର