ଭୁବନେଶ୍ବର: ରାଜ୍ୟରେ ୧୫ ବର୍ଷ ଅତିକ୍ରମ କରିଥିବା ମୋଟ୍ ୬୭୨ଟି ବସ୍ ଓ ୧୭ ହଜାର ୪୯୮ଟି ଟ୍ରକ ଚାଲୁଛି । ମୋଟ୍ ୨୩ ହଜାର ୯୦୪ଟି ଚାରି ଚକିଆ ଯାନ ଚଳାଚଳ କରୁଛି । ସେଥି ମଧ୍ୟରୁ ୪୫୦ଟି ଯାତ୍ରୀବାହି ଯାନ ଥିବାବେଳେ ୨୩ ହଜାର ୪୫୪ଟି ପ୍ରାଇଭେଟ୍ ଗାଡ଼ି ଚଳାଚଳ କରୁଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଓଡ଼ିଶା ରାସ୍ତାରେ ୧୫ ବର୍ଷ ଅତିକ୍ରମ କରିଥିବା ଗାଡ଼ି କେତେ ଗଡୁଛି? ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ବେହେରା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।
ତେବେ ଦୁଇ ଚକିଆ ଯାନଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ମିଆଦ ରଖାଯାଇନାହିଁ । ସବୁଠାରୁ ବଡ଼କଥା ହେଲା କି, ରାଜ୍ୟରେ ୧୫ ବର୍ଷ ଅତିକ୍ରମ କରିଥିବା ବସ୍ ଟ୍ରକ ଗୁଡ଼ିକୁ ଚଳାଚଳ ନକରିବାର କ୍ଷମତା ମୋଟର ଯାନ ଆଇନ୍ ୧୯୮୮ ଧାରା ୫୯ ଅନୁଯାୟୀ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ଅଟେ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ଉତ୍ତର ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/old-bus-knk-copy18_Thumb.jpg)