୨୦ଟି ରୁଟ୍‌ରେ ଯାତ୍ରୀ ହେଉ ନ ଥିବା ହେତୁ ସରକାରୀ ବସ୍ ଚଳାଚଳ ବନ୍ଦ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଯାତ୍ରୀ ହେଉ ନ ଥିବା ହେତୁ ସରକାରୀ ବସ୍ ଚଳାଚଳ ବନ୍ଦ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।  ସେ କହିଛନ୍ତି ଯେ ଏବେ ସରକାରୀ ବସ୍ ଚାଲୁଥିବା ୬୬ ରୁଟ୍‌ରୁ ୨୦ଟି ରୁଟ୍‌ରେ ଲୋକ ହେଉ ନାହାନ୍ତି। ସେହି ବସରେ  ଅତି ବେଶିରେ ୫ ଜଣ ଯାତ୍ରୀ ହେଉଛନ୍ତି। ଏଭଳି ପରିସ୍ଥିତି ଲାଗି ରହିଲେ ସରକାର କ୍ଷତି ସହିବେ। ଏଣୁ ବାଧ୍ୟ ହୋଇ  ସରକାରୀ ବସ୍ ଚଳାଚଳ ବନ୍ଦ କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ଅନ୍ତଃରାଜ୍ୟ ବସ୍ ଚଳାଚଳରେ କିଛି ଅସୁବିଧା ନାହିଁ। ଏଣେ ଅନିଶ୍ଚିତତା ଭିତରେ ଅନ୍ତଃରାଜ୍ୟ ବସ୍ ଚଳାଚଳ ସେବା ରହିଥିବା କୁହାଯାଉଛି। ଏବେ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବା  କୌଣସି ରାଜ୍ୟ ସହ କଥାବାର୍ତ୍ତା ହୋଇ ନ ଥିବା ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା।

ସମ୍ବନ୍ଧିତ ଖବର