୧୮୫ରୁ ୧୮୮ ନମ୍ବର କୋଭିଡ୍-୧୯ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ, ପ୍ରଥମଜଣକ କୋଲକାତା, ଅନ୍ୟ ତିନି ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ରେ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା କେତେକ ପ୍ରବାସୀ ଓଡ଼ିଶାବାସୀମାନଙ୍କର ଯାତ୍ରା ଇତିହାସ ଜାରି କରାଯାଇଛି।  ସେମାନଙ୍କ ମଧ୍ୟରୁ ୧୮୫ ନମ୍ବର ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା। ଅପରପକ୍ଷରେ ୧୮୬, ୧୮୭ ଓ ୧୮୮ ନମ୍ବର ଆକ୍ରାନ୍ତ ହେଉଛନ୍ତି ଗୁଜୁରାଟର ସୁରତ ଫେରନ୍ତା।

୧୮୫ରୁ ୧୮୮ ନମ୍ବର ଯାଏଁ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୬୦,୨୭, ୪୪ ଓ ୩୬ ବର୍ଷ। ଏମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୧୮୫ ନମ୍ବର ଆକ୍ରାନ୍ତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଞ୍ଚଳର। ଅପରପକ୍ଷରେ୧୮୬, ୧୮୭ ଓ ୧୮୮ ନମ୍ବର ଆକ୍ରାନ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର।

 

ସମ୍ବନ୍ଧିତ ଖବର