୧୭୧ରୁ ୧୮୦ ନମ୍ବର ଯାଏଁ କୋଭିଡ୍-୧୯ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ,  ଜଣଙ୍କୁ ଛାଡ଼ି ଅନ୍ୟମାନେ କୋଲକାତା ଓ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ରେ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା କେତେକ ପ୍ରବାସୀ ଓଡ଼ିଶାବାସୀମାନଙ୍କର ଯାତ୍ରା ଇତିହାସ ଜାରି କରାଯାଇଛି।  ସେମାନଙ୍କ ମଧ୍ୟରୁ ୧୭୧, ୧୭୨,୧୭୫, ୧୭୬, ୧୭୮, ୧୭୯ ଓ ୧୮୦ ନମ୍ବର ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା। ଅପରପକ୍ଷରେ ୧୭୩ ଓ ୧୭୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଗୁଜୁରାଟର ସୁରତ ଫେରନ୍ତା।

୧୭୪ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି ବାଲେଶ୍ବରର ରୁପସା ଅଞ୍ଚଳର। ୧୭୧ରୁ ୧୮୦ ନମ୍ବର ଯାଏଁ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୬,୫୦,୩୪, ୪୦, ୫୮, ୪୯, ୧୯, ୪୮, ୬୫ ଓ ୫୭ ବର୍ଷ। ଏମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୧୭୧, ୧୭୨, ୧୭୪ ଓ ୧୭୮ ଜିଲ୍ଲାର। ଅପରପକ୍ଷରେ ୧୭୩ ନମ୍ବର ଆକ୍ରାନ୍ତ କଟକର ତିଗିରିଆ ଅଞ୍ଚଳର ଓ ୧୭୬ ନମ୍ବର ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି।

ସେମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା ଓ ତାହା ପଜିଟିଭ୍ ବାହାରିଥିଲା। ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର