ସାମ୍ନାକୁ ଆସିଲା ୫୬ତମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ; କୋଲକାତାରୁ ଆସିବା ବେଳେ ୧୮ଜଣଙ୍କ ସଂସ୍ପର୍ଶରେ ଆସିଥିଲେ

ଯାଜପୁର: ଯାଜପୁରରୁ ଚିହ୍ନଟ ହୋଇଥିବା ରାଜ୍ୟର ୫୬ତମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲାପାଳ ଏ ନେଇ ସୂଚନା ଜାରି କରିଛନ୍ତି। ସୂଚନା ମୁତାବକ, ଆକ୍ରାନ୍ତ ଜଣକ ଯାଜପୁର ସାନତ୍ରିଲୋଚନପୁର ଅଂଚଳର ୬୬ ବର୍ଷୀୟ ବୃଦ୍ଧ । ଆକ୍ରାନ୍ତ କୋଲକାତାରୁ ଫେରିଥିଲେ । ଏହାରି ଭିତରେ ସେ ପ୍ରାୟ ୧୭ରୁ ୧୮ ଜଣଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ ହୋଇଛି । କୋଲକତାରୁ ତାଙ୍କ ସହ ୧୮ ଜଣ ଯାତ୍ରୀ  ଆସିଥିବା ବେଳେ ସେ ମଧ୍ୟରୁ ୭ ଜଣ ଭଦ୍ରକରେ ଓହ୍ଳାଇଛନ୍ତି । ଆଉ ୧୦ ଜଣ ପାଣିକୋଇଲି ଛକରେ ଓହ୍ଲାଇ ମାଛ ଓ କ୍ଷୀର ଗାଡିଗୁଡିକରେ ନିଜ ନିଜ ଅଂଚଳକୁ ଯାଇଛନ୍ତି ।

ଏମାନଙ୍କ ମଧ୍ୟରୁ ଅନେକ କୋରେଇ ଅଂଚଳକୁ ଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଯାଜପୁରକୁ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଓ କ୍ୱାରେନଟାଇନରେ ରଖାଯାଇଛି । ସେପଟେ ଏହି କରୋନା ପଜିଟିଭ ଜଣକ ପେଟ ବ୍ୟଥା କାରଣରୁ ୨୯ ତାରିଖ ସକାଳୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଯାଇଥିଲେ । ଓପିଡି ତଥ୍ୟ ଆଧାରରେ କେଉଁ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ, ଅନ୍ୟ କେଉଁ କେଉଁ ରୋଗୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଖୋଜା ଚାଲୁଛି।

ପୂର୍ବରୁ ଯାଜପୁରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଂଟେନମେଂଟ ଜୋନ୍  ଭାବେ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର